କନକ ବ୍ୟୁରୋ: ଭାରତର ଆକ୍ସନ୍ ପରେ, ବାଂଲାଦେଶର ରିଆକ୍ସନ । ରଦ୍ଦ କଲା ୧୮୦ କୋଟି ଟଙ୍କାର ଡିଲ୍ । ପହଲଗାମ୍ ଆକ୍ରମଣ ପରେ, ପାକିସ୍ତାନକୁ ସମର୍ଥନ କରୁଥିବା ବାଂଲାଦେଶକୁ ହାତରେ ନ ମାରି ଭାତରେ ମାରିବାକୁ ରଣନୀତି କରୁଛି ଭାରତ । ଆଉ ଏହାର ପ୍ରତିକ୍ରିୟା ସ୍ୱରୂପ ଏବେ ଭାରତ ଉପରେ ରାଗରେ ଗରଗର ହେଇ ୧୮୦ କୋଟି ଟଙ୍କାର ଡିଲକୁ ରଦ୍ଦ କରିଦେଇଛି ପାକିସ୍ତାନର ୟୁନୁସ୍ ସରକାର । 

Advertisment

ମିଳିଥିବା ସୂଚନା ମୁତାବକ, ବାଂଲାଦେଶର ୟୁନୁସ୍ ସରକାର କୋଲକାତା ସ୍ଥିତ ଜାହାଜ ନିର୍ମାତା କମ୍ପାନି ଗାର୍ଡେନ୍ ରିଚ୍ ସିପବିଲର୍ଡସ୍ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ୍ (GRSE) ସହ କରିଥିବା ୧୮୦.୨୫ କୋଟି ଟଙ୍କାର ଡିଲକୁ ରଦ୍ଦ କରିଦେଇଛି । ଏନେଇ ବୁଧବାର ଷ୍ଟକ୍ ଏକ୍ସଚେଞ୍ଜକୁ କମ୍ପାନି ସୂଚନା ଦେଇ କହିଛି ଯେ, ପିପୁଲ୍ସ ରିପବ୍ଲିକ୍ ଅଫ୍ ବାଂଲାଦେଶର ସରକାର ଅର୍ଡରକୁ ରଦ୍ଦ କରିଦେଇଛି ।

ଏହି କମ୍ପାନି ବାଂଲାଦେଶ ପାଇଁ ଏକ ଉନ୍ନତଧରଣର ଜାହାଜ ତିଆରି କରିବା ପାଇଁ ଚୁକ୍ତି କରିଥିଲା । ହେଲେ ଭାରତ ସହ ସମ୍ପର୍କ ଖରାପ ହେବା କାରଣରୁ ବାଂଲାଦେଶ ସରକାର ଏହି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ଏହାପୂର୍ବରୁ ବାଂଲାଦେଶକୁ ପାନେ ଦେବାକୁ ଭାରତର ମୋଦୀ ସରକାର ନେଇଥିଲେ ବଡ଼ ଆକ୍ସନ । ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ଯାଉଥିବା ବାଂଲାଦେଶର ଜାହାଜଗୁଡ଼ିକୁ କେବଳ ସି-ପୋର୍ଟରେ ରହିବାକୁ ଅନୁମତି ଦେଇଥିଲା ଭାରତ । ଏହାବାଦ ସ୍ଥଳପଥରେ ଥିବା ବନ୍ଦରରେ ଅଟକିବାକୁ ଭାରତ ଅନୁମତି ଦେଇଥିଲା । ଯାହାଫଳରେ ବାଂଲାଦେଶର ପାଖପାଖି ୯ ହଜାର କୋଟିରୁ ଅଧିକ କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।