ଟାୟାର ଫାଟିବା ପରେ ସ୍କଲ ବସରେ ଲାଗିଗଲା ନିଆଁ । ଜୀବନ୍ତ ଜଳିଗଲେ ୨୫ ପିଲା

Advertisment

ପରିବହନ ମନ୍ତ୍ରୀ ସୁରିୟା ଜୁଙ୍ଗରୁଙ୍ଗଶୁଙ୍ଗାକିଟ କହିଛନ୍ତି କି, ବସରେ ସ୍କୁଲପିଲାଙ୍କ ସହ ମୋଟ ୪୪ ଜଣ ଥିଲେ । ସବୁ ସ୍କୁଲ ଟ୍ରିପରେ ଯାଉଥିଲେ । ହେଲେ ରାସ୍ତାରେ ହଠାତ୍ ବସର ଟାୟାର ଫାଟି ଯାଇଥିଲା ଓ ଏହାପରେ ହଠାତ ବସରେ ନିଆଁ ଲାଗିଯାଇଥିଲା । 

sttget

କନକ ବ୍ୟୁରୋ : ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକକରେ ବଡ଼ ଦୁର୍ଘଟଣା ଘଟିଛି । ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସରେ ନିଆଁ ଲାଗିିବା ଫଳରେ ୨୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି । କୁହାଯାଇଛି କି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ଏଭଳି ଘଟିଛି । ପରିବହନ ମନ୍ତ୍ରୀ ସୁରିୟା ଜୁଙ୍ଗରୁଙ୍ଗଶୁଙ୍ଗାକିଟ କହିଛନ୍ତି କି, ବସରେ ସ୍କୁଲପିଲାଙ୍କ ସହ ମୋଟ ୪୪ ଜଣ ଥିଲେ । ସବୁ ସ୍କୁଲ ଟ୍ରିପରେ ଯାଉଥିଲେ । ହେଲେ ରାସ୍ତାରେ ହଠାତ୍ ବସର ଟାୟାର ଫାଟି ଯାଇଥିଲା ଓ ଏହାପରେ ହଠାତ ବସରେ ନିଆଁ ଲାଗିଯାଇଥିଲା । 

ନିଆଁର ଗତି ଏତେ ଭୟଙ୍କର ଥିଲା କି ଆଖିପିଛୁଳାକେ ପୁରା ବସକୁ ନିଆଁ ଆୟତ କରିନେଇଥିଲା । ଫଳରେ କିଛି ଛାତ୍ରଛାତ୍ରୀ ବସ୍ ଭିତରେ ଫଶି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଲୋମଟାଙ୍କୁରା ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe