କନକ ବ୍ୟୁରୋ: ଓଏଏସ୍ ପାଇଲେ ପ୍ରଥମ ବଣ୍ତା ଝିଅ । ବଣ୍ତାଘାଟିର ସୁନା ଝିଅ ବିନି ମୁଦୁଲି । ତୃତୀୟ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୯୬ ରେଙ୍କ ରଖି ସଫଳତା ପାଇଛନ୍ତି ବିନି । ପିଲାଟି ଦିନରୁ ବାପାମାଆ ଙ୍କ ସହଯୋଗରେ ପାଠ ପଢିବା ପରେ ଓଏଏସ୍ ହେବା ବିନିଙ୍କ ଲକ୍ଷ୍ୟ ରହିଥିଲା । ବାପା ଏବଂ ମାଆ ମଧ୍ୟ ଝିଅର ଲକ୍ଷ୍ୟକୁ ସମ୍ମାନ ଦେଇ ପାଠ ପଢାଇବାରେ କେବେ କମି କରିନଥିଲେ । ଏହାସହିତ ୟୁଟ୍ୟୁବ ଏବଂ ଅନଲାଇନରୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ସେ ଚଳିତ ଥର ବଣ୍ତା ଝିଅ ବିନି ପ୍ରଶାସନିକ ସେବାରେ ସଫଳତା ଆଣିଛନ୍ତି । ବଣ୍ତା ଜନଜାତିଙ୍କ ବିକାଶ ପାଇଁ ଓ ଲୋକଙ୍କ ସେବା ଯୋଗାଇବା ଲାଗି କାର୍ୟ୍ୟ କରିବେ ବୋଲି କହିଛନ୍ତି ବଣ୍ତା ସୁନା ଝିଅ ବିନି ମୁଦୁଲି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ବସନ୍ତ ସଗରିଆ ।