କନକବ୍ୟୁରୋ : ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁଷ୍କର୍ମ କାହାଣୀ ଯେତିକି ଭୟଙ୍କର ସେତିକି ଲୋମଟାଙ୍କୁରା । ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଅଧିକ ଟଙ୍କାରେ ଚାକିରୀ କରାଇ ଦେବାକୁ କହି ତାଙ୍କ ନାବାଳିକା ବାନ୍ଧିବୀ ଦେଇଥିଲେ ଅଫର । ଏଥିରେ ରାଜି ହୋଇଯିବାରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଓୟୋ ରୁମକୁ ଇଣ୍ଟରଭ୍ୟୁ ନାଁରେ ଡାକିଥିଲେ । 

Advertisment

ରୁମ ଭିତରେ ଥିବା ଚାରି ଜଣ ଯୁବକ ଉକ୍ତ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରି ଚାଲିଥିଲେ । ଏତିକିରେ ବି ଯୌନ ପିଶାଚ ମାନଙ୍କର ମନ ଭରି ନଥିଲା । ଦୁଷ୍କର୍ମ ବେଳର ଭିଡିଓ ନିଜ ମୋବାଇଲରେ କଏଦ କରିଥିଲେ। ଆଉ ଏହି ଭିଡିଓକୁ ପୀଡିତା ନାବାଳିକାଙ୍କ ମାଆଙ୍କୁ ପଠାଇ ବ୍ଲାକମେଲ କରୁଥିଲେ ।  ସବୁଠାରୁ ବଡ କଥା ହେଉଛି ଏହି ୫ ଅଭିଯୁକ୍ତଙ୍କ ଭିତରେ ରହିଛି ଜଣେ ନାବିଳିକା  ।

ନାବାଳିକା ଜଣକ ହେଉଛନ୍ତି ପୀଡିତାଙ୍କ ବାନ୍ଧବୀ, ଆଉ ସେ ହିଁ ଥିଲା ଏହି ପୁରା ଘଟଣା ପଛର ମୁଖ୍ୟ ଖଳନାୟକ । ଅଭିଯୁକ୍ତଙ୍କ ବିରୋଧରେ ଗଣ ଦୁଷ୍କର୍ମର ବିଏନଏସର ଦଫା ୭୦ କ୍ଲଚ୍ ୨  ଅପରାଧିକ ଷଡଯନ୍ତ୍ର କରିବାର ବିଏନଏସ୍ ର ଦଫା ୬୧ କ୍ଲଚ୍ ୨ ଏବଂ ୬ ପକସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।  ରାଜଧାନୀ ଛାତିରେ ଜଣେ ନାଳିକାଙ୍କୁ ଗଣ ଦୁଷ୍କର୍ମ କରି ତାଙ୍କ ଭିଡିଓ ଭାଇରଲ କରି ଦିଆଗଲା  ।

ମାଆଙ୍କୁ ଧମକ ଦେଇ ତାଙ୍କ ଠାରୁ ଟଙ୍କା ଆଦାୟ କରାଗଲା। ହେଲେ ଭିଡିଓ କେତୋଟି ମୋବାଲକୁ ଯାଇଛି । କିଏ ପଠାଇଛି । ଭିଡିଓ ଭାରଲ ପଛର ମାଷ୍ଟର ମାଇଣ୍ଡ କିଏ ସେନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ।