ପାରମ୍ଫରିକ ଗୃହ ଛାଡିବାକୁ ବଣ୍ତା ଜନଜାତି ଅମଙ୍ଗ : ପାଖରେ ପହଂଚି ଲୋକଙ୍କୁ ବୁଝାଇଲେ ଅଧିକାରୀ

Advertisment

ଆବାସ ପାଇଁ ଶପଥ ପାଠ। ମାଲକାନଗିରି ବଣ୍ଡାଘାଟିରେ ରହୁଥିବା ଆଦିମ ଜନଜାତିର ଲୋକଙ୍କୁ ଶପଥ ପାଠ କରାଇଛନ୍ତି ଅଧିକାରୀ । ଆବାସ ଯୋଜନାରେ ପକ୍କାଘର ନେବାକୁ ଆଦିମ ବଣ୍ଡା ଜନଜାତୀର ଲୋକେ ପସନ୍ଦ କରୁନଥିବା ବେଳେ ବଣ୍ଡାଘାଟିରେ ଘରକୁ ଘର ବୁଲି ବୁଝାସୁଝା କରିବା ସହ ବଣ୍ଡା ଜନଜାତୀର ଲୋକଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଶବର   ।

ଆବାସ ପାଇଁ ଶପଥ ପାଠ। ମାଲକାନଗିରି ବଣ୍ଡାଘାଟିରେ ରହୁଥିବା ଆଦିମ ଜନଜାତିର ଲୋକଙ୍କୁ ଶପଥ ପାଠ କରାଇଛନ୍ତି ଅଧିକାରୀ । ଆବାସ ଯୋଜନାରେ ପକ୍କାଘର ନେବାକୁ ଆଦିମ ବଣ୍ଡା ଜନଜାତୀର ଲୋକେ ପସନ୍ଦ କରୁନଥିବା ବେଳେ ବଣ୍ଡାଘାଟିରେ ଘରକୁ ଘର ବୁଲି ବୁଝାସୁଝା କରିବା ସହ ବଣ୍ଡା ଜନଜାତୀର ଲୋକଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଶବର   ।

abas

abas Photograph: (KanakNews )

କନକବ୍ୟୁରୋ : ଆବାସ ପାଇଁ ଶପଥ ପାଠ। ମାଲକାନଗିରି ବଣ୍ଡାଘାଟିରେ ରହୁଥିବା ଆଦିମ ଜନଜାତିର ଲୋକଙ୍କୁ ଶପଥ ପାଠ କରାଇଛନ୍ତି ଅଧିକାରୀ । ଆବାସ ଯୋଜନାରେ ପକ୍କାଘର ନେବାକୁ ଆଦିମ ବଣ୍ଡା ଜନଜାତୀର ଲୋକେ ପସନ୍ଦ କରୁନଥିବା ବେଳେ ବଣ୍ଡାଘାଟିରେ ଘରକୁ ଘର ବୁଲି ବୁଝାସୁଝା କରିବା ସହ ବଣ୍ଡା ଜନଜାତୀର ଲୋକଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଶବର   ।  ନିଜ ପାରମ୍ପାରିକ ମାଟି ଓ ଖପର ଚାଳ ଘର ବଦଳରେ ପକ୍କା ଘର ନେବାକୁ ଅମଙ୍ଗ ହେଉଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକେ   ।

ତେଣୁ ବଣ୍ଡାଘାଟିରେ ଆଶା ଠାରୁ ବହୁ କମ ଆବାସ ଘର ନିର୍ମାଣ ହୋଇଛି  ।  ପୁର୍ବର ବିଜୁ ପକ୍କା ଘର ହୋଉ ବା ପ୍ରଧାନ ମନ୍ତ୍ରୀ ଆବାସ ଘର, ବଣ୍ଡା ଘାଟିରେ ମଞ୍ଜୁରୀ ହୋଉଥିବା ଘରର ୫ପ୍ରତିଶତରୁ କମ ପରିମାଣର ଘର ନିର୍ମାଣ ହୋଉଥିଲା  ।  ଘାଟିରେ ବାଲି, ଗୋଡି, ଛଡ ଉପଲବ୍ଧ ହୋଉ ନଥିବା କଥା କୁହାଯାଉଥିବା ବେଳେ ମାଲାକନଗିରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବଣ୍ଡା ଘାଟି ଗସ୍ତ ସମୟରେ କିଛି ଭିନ୍ନ ତଥ୍ୟ ସାମନାକୁ ଆସିଛି    ।

ବଣ୍ଡା ଜନଜାତୀର ଲୋକେ ନିଜ ଆଦିମ ପରମ୍ପରାକୁ ଜାବୁଡି ଧରି ତଳୁଆ ମାଟି କାନ୍ଥ ତଥା ଖପର ଚାଳ ଘରେ ରହିବାକୁ ପସନ୍ଦ କରଛନ୍ତି। ତେଣୁ ଘରକୁ ଘର, ଗାଁକୁ ଗାଁ ବୁଲି ଜିଲ୍ଲା ମୁଖ୍ୟ ଅଧିକାରୀ ବଣ୍ଡାଙ୍କୁ ବୁଝା ସୁଝା କରିଛନ୍ତି ।  ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କା ମିଳିବା ସ୍ଥିର ହୋଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଅତିରିକ୍ତ ୫୦ ହଜାର ଟଙ୍କା ବଣ୍ଡାଙ୍କ ପାଇଁ ଘୋଷଣା କରିଛନ୍ତି  । ତେଣୁ ଏଥର ୯୦ ପ୍ରତିଶତ ଆବାସ ଗୃହ ନିର୍ମାଣ ଲକ୍ଷ୍ୟ ରଖିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଶବର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe