ଆନନ୍ଦ ବଜାରରେ ବାସୀ ଅବଢା ବିକ୍ରି ଉପରେ ଲାଗିବ ରୋକ୍ । ମହାପ୍ରସାଦ ପାଇଁ କେବଳ ଅଧିକୃତ ରହିବେ ସୂପକାର ।

ଆନନ୍ଦ ବଜାରରେ ବାସୀ ଅବଢ଼ା ବିକ୍ରି ଉପରେ ଲାଗିବ ରୋକ। ଅଣ ସୂପକାର ମାନଙ୍କୁ ପ୍ରସାଦ ବିକ୍ରି ବାରଣ ରହିବ । କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ପାଇଁ ଅଧିକୃତ ରହିବେ।

111

କନକ ବ୍ୟୁରୋ: ଆନନ୍ଦ ବଜାରରେ ବାସୀ ଅବଢ଼ା ବିକ୍ରି ଉପରେ ଲାଗିବ ରୋକ। ଅଣ ସୂପକାର ମାନଙ୍କୁ ପ୍ରସାଦ ବିକ୍ରି ବାରଣ ରହିବ । କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ପାଇଁ ଅଧିକୃତ ରହିବେ। ଭକ୍ତଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ସଠିକ୍ ରହିବା ଦିଗରେ ଗୁରୁତ୍ୱ ରହିବ। ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ଓ ଅନ୍ୟ ଭୋଗ ବିକ୍ରି ବାରଣ ରହିବ। ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହେଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପ୍ରଦାର୍ଥ ବିକ୍ରି ହୋଇ ପାରିବ ନାହିଁ। ଦରକାର ପଡିଲେ ସୂପକାର ଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଶ୍ରୀମନ୍ଦିର ପ୍ରଶାସନ। ସେହିପରି

ଶୃଙ୍ଖଳିତ ହେବ ଆନନ୍ଦବଜାର। ଏଣିକି ଆନନ୍ଦ ବଜାର ଜଗିବେ ଅବସର ପ୍ରାପ୍ତ ସେନା ଅଧିକାରୀ। ସୁପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାନିବୃତ କର୍ମୀ। ଏନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରାୟ ୬୦ ଜଣ ସେନାନିବୃତ କର୍ମୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଉଛନ୍ତି । ପିଏସଆଇପିଏଲ୍ ନାମକ ଏକ ଘରୋଇ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ପୂରଣ ହେବ ସମସ୍ତ ୨୦ ପଦବୀ । ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ । ଏମାନଙ୍କ ପାଇଁ ଲାଗୁ ହେବ ସ୍ବତନ୍ତ୍ର ଡ୍ରେସ କୋଡ ନିଯୁକ୍ତି ପରେ ଆନନ୍ଦ ବଜାରରେ ବିଭିନ୍ନ ଶୃଙ୍ଖଳା ଉପରେ କଡା ନଜର ରଖିବେ ଏବଂ ଏଥିପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe