ଏଥର ଚନ୍ଦନଯାତ୍ରାରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ । ଗତବର୍ଷ ବାଣ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ

ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଚନ୍ଦନଯାତ୍ରାରେ ସାମିଲ ଭକ୍ତ ଓ ସେବାୟତଙ୍କ ହେଲଥ୍ ଇନସୁରାନ୍ସ କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

þZòZþòþZòþ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚନ୍ଦନଯାତ୍ରାରେ ବାଣ ଫୁଟାଇବା ମନା । ବାଣ ଫୁଟାଇବା ଉପରେ କଟକଣା ଜାରି କରିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଚନ୍ଦନଯାତ୍ରାରେ ସାମିଲ ଭକ୍ତ ଓ ସେବାୟତଙ୍କ ହେଲଥ୍ ଇନସୁରାନ୍ସ କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଚଳିତବର୍ଷ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଅନୁମୋଦନ କରିଛି। ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ, ଶ୍ରୀକ୍ଷେତ୍ର ଭଉଁରୀ ତିଥି ପାଇଁ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ। ୨୦୨୪ ମେ ୨୯ରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣରେ ୧୭ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ଚନ୍ଦନ ଯାତ୍ରାରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe