ପାକିସ୍ତାନ ଟ୍ରେନ ଅପହରଣ ଘଟଣା ; ୨୧୪ ଜଣଙ୍କୁ ହତ୍ୟା କରିଥିବା ବଲୁଚ ବିଦ୍ରୋହୀଙ୍କ ଦାବି

Advertisment

ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଦାବି କରିଛି ଯେ ଟ୍ରେନ୍ ଅପହରଣ ସମୟରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ହତ୍ୟା କରାଯାଇଛି । ବିଏଲଏ ଏକ ବିବୃତିଜାରି କରି କହିଛି ,ଜାଫର ଏକ୍ସପ୍ରେସ୍ ଟ୍ରେନ୍ରେ ବଦ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସୈନ୍ୟ ବନ୍ଧକଙ୍କୁ ବିଏଲଏ ହତ୍ୟା କରିଛନ୍ତି ।

ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଦାବି କରିଛି ଯେ ଟ୍ରେନ୍ ଅପହରଣ ସମୟରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ହତ୍ୟା କରାଯାଇଛି । ବିଏଲଏ ଏକ ବିବୃତିଜାରି କରି କହିଛି ,ଜାଫର ଏକ୍ସପ୍ରେସ୍ ଟ୍ରେନ୍ରେ ବଦ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସୈନ୍ୟ ବନ୍ଧକଙ୍କୁ ବିଏଲଏ ହତ୍ୟା କରିଛନ୍ତି ।

44ୋେମିନ

Photograph: (kanakNews)

କନକ ବ୍ୟୁରୋ:ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଦାବି କରିଛି ଯେ ଟ୍ରେନ୍ ଅପହରଣ ସମୟରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ହତ୍ୟା କରାଯାଇଛି । ବିଏଲଏ ଏକ ବିବୃତିଜାରି କରି କହିଛି ,ଜାଫର ଏକ୍ସପ୍ରେସ୍ ଟ୍ରେନ୍‌ରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସୈନ୍ୟ ବନ୍ଧକଙ୍କୁ ବିଏଲଏ ହତ୍ୟା କରିଛନ୍ତି । ପାକିସ୍ତାନ ନିଜ ଦାବିକୁ ଅଣଦେଖା କରିବା ସହ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ଆଲୋଚନା କରିବାକୁ ମନା କରୁଛି ବୋଲି ଏହି ଗୋଷ୍ଠୀ ଅଭିଯୋଗ କରିଛି । ସଂଗଠନର ମୁଖପାତ୍ର ଅପରେସନ ଦାରା-ଏ-ବଲାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ବିଏଲଏ ମୁଖପାତ୍ର କହିଛନ୍ତି , ବିଏଲ୍ଏର ମାଜିଦ ବ୍ରିଗେଡ୍ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା । ଏହି ବ୍ରିଗେଡରେ ଆତ୍ମଘାତୀ ଆକ୍ରମଣକାରୀ ରହିଛନ୍ତି ।

ବ୍ରିଗେଡ୍ର ସ୍ୱାଧୀନତା ସଂଗ୍ରାମୀମାନେ ପ୍ରଥମେ ଟ୍ରେନ୍ ର ସମ୍ମୁଖ ଭାଗକୁ ଆଇଇଡି ରେ ବିସ୍ଫୋରଣ କରିଥିଲେ । ଟ୍ରେନ୍ ଅଟକିବା ମାତ୍ରେ ବିଏଲଏ ଆର୍ମି ବନ୍ଧକ ସୈନ୍ୟ କର୍ମଚାରୀଙ୍କୁ ସ୍ବତନ୍ତ୍ର ବଗିରେ ବନ୍ଦ କରି ରଖିଥିଲେ । ବାକି ବନ୍ଦୀମାନଙ୍କୁ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଜାଫର ଏକ୍ସପ୍ରେସର ବଗିରେ ବନ୍ଦ ଥିବା ବନ୍ଦୀମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନୀ ଏସଏସଜି କମାଣ୍ଡୋଙ୍କ ଜରାର କମ୍ପାନୀ ପହଞ୍ଚିବା ପରେ ଫିଦାଇନ ମାନେ ସେମାନଙ୍କୁ ଘେରି ଯାଇ ଭୟଙ୍କର ଆକ୍ରମଣ କରିଥିଲେ । ଏହି ଯୁଦ୍ଧ ଅନେକ ଘଣ୍ଟା ଧରି ଚାଲିଥିଲା ଏବଂ ପାକିସ୍ତାନ ଏସଏସଜି କମାଣ୍ଡୋମାନେ ବ୍ୟାପକ କ୍ଷତି ସହିଥିଲେ । ବିଏଲଏ ଏହାର ବିବୃତ୍ତିରେ କହିଛି,ଏହି ଅପରେସନରେ ସମ୍ପୃକ୍ତ ଫିଦାଇନ୍ ଯୋଦ୍ଧାମାନେ 'ଶେଷ ଗୁଳି ପର୍ଯ୍ୟନ୍ତ' ଲଢ଼ିବାର ମିଶନ ଦର୍ଶନକୁ ଅନୁସରଣ କରିଥିଲେ । ଶେଷ ଗୁଳି ବାକି ଥିବା ବେଳେ ଜଣେ ବିଏଲଏ ଆର୍ମି ଆତ୍ମହତ୍ୟା କରି ସହିଦ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe