କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ବଲୁଚିସ୍ତାନ ନେତା । ବଲୁଚିସ୍ତାନକୁ ସ୍ବାଧୀନ କରିବାକୁ ଭାରତକୁ କରିଛନ୍ତି ଅପିଲ୍ । ଆମେରିକୀୟ କଂଗ୍ରେସ ସଦସ୍ୟ ତାରା ଚାନ୍ଦ ମୋଦୀଙ୍କୁ ଚିଠି ଲେଖି ସ୍ୱାଧୀନ ବଲୁଚିସ୍ତାନ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି । ଦଶନ୍ଧି ଧରି ପାକିସ୍ତାନ ବଲୁଚ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ସେ ଚିଠିରେ ଦର୍ଶାଇଛନ୍ତି । ପାକିସ୍ତାନର ଏଭଳି ଅତ୍ୟାଚାର, ନିର୍ଯାତନାକୁ ସମାଲୋଚନା କରିଛନ୍ତି ତାରା ଚାନ୍ଦ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେବା ସହ ଚିଠିର ଫଟୋକୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ସ୍ୱାଧୀନ ବଲୁଚିସ୍ତାନ ଭାରତ ପାଇଁ ଶାନ୍ତି ଏବଂ ସ୍ଥିରତାର ପ୍ରତୀକ ହୋଇପାରିବ । ଏହାସହ ସ୍ୱାଧୀନ ବଲୁଚିସ୍ତାନ ଭାରତ ପାଇଁ ଏକ ରଣନୈତିକ ସୁବିଧା ହୋଇପାରେ ବୋଲି ମଧ୍ୟ ସେ ଲେଖିଛନ୍ତି । ସେହିପରି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ବଲୁଚିସ୍ତାନ ପ୍ରସଙ୍ଗ ପ୍ରତିଟି ବଲୁଚ ସମ୍ପ୍ରଦାୟର ଲୋକଙ୍କ ପାଇଁ ନୈତିକ ସମର୍ଥନ ବୋଲି ସେ ଲେଖିଛନ୍ତି । ଏହି ଭାଷଣରେ ବଲୁଚବାସୀଙ୍କୁ ପାକିସ୍ତାନ ପଟୁ ମିଳୁଥିବା ନିର୍ଯାତନା ପ୍ରସଙ୍ଗ ଉଠାଇଥିଲେ ମୋଦୀ । ଏହାଛଡ଼ା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ବଲୁଚ ନେତା ତାରା ଚାନ୍ଦ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ବଲୁଚ ନେତା: ବଲୁଚିସ୍ତାନ ସ୍ୱାଧୀନତା ପାଇଁ ଭାରତକୁ କଲେ ଅପିଲ୍
ପାକିସ୍ତାନର ଏଭଳି ଅତ୍ୟାଚାର, ନିର୍ଯାତନାକୁ ସମାଲୋଚନା କରିଛନ୍ତି ତାରା ଚାନ୍ଦ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେବା ସହ ଚିଠିର ଫଟୋକୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ସ୍ୱାଧୀନ ବଲୁଚିସ୍ତାନ ଭାରତ ପାଇଁ ଶାନ୍ତି ଏବଂ ସ୍ଥିରତାର ପ୍ରତୀକ ହୋଇପାରିବ।
/kanak/media/media_files/2025/05/25/b6yBefgy1kFZaPQiyaHx.jpg)