ପାକ୍ ସେନାକୁ ଡର ବିଏଲ୍‌ଏ ଆର୍ମି, ସେନା ଉପରେ ବିଏଲ୍‌ଏ କରୁଛି ଘନ ଘନ ଆକ୍ରମଣ

Advertisment

ପାକ୍‌ ସେନା ଓ ଅଧିକାରୀଙ୍କୁ ବଲୁଚିସ୍ତାନ ଯିବାକୁ ଡର ଲାଗିଲାଣି ! କେତେବେଳେ କିଛି ବି ଘଟିପାରେ । ଗୋଟେ ସମୟରେ ବାଲୁଚ ଆର୍ମି କହିଥିଲା, ସମୟ ଏମିତି ଆସିବ ପାକ୍ ସେନା ଆମ ଅଞ୍ଚଳକୁ ଆସିବାକୁ ହେଲେ ୧୦ ଥର ଭାବିବାକୁ ବାଧ୍ୟ ହେବେ ଆଉ ଏବେ ସେହି ସମୟ ସତରେ ଆସିଯାଇଛି ।

ପାକ୍‌ ସେନା ଓ ଅଧିକାରୀଙ୍କୁ ବଲୁଚିସ୍ତାନ ଯିବାକୁ ଡର ଲାଗିଲାଣି ! କେତେବେଳେ କିଛି ବି ଘଟିପାରେ । ଗୋଟେ ସମୟରେ ବାଲୁଚ ଆର୍ମି କହିଥିଲା, ସମୟ ଏମିତି ଆସିବ ପାକ୍ ସେନା ଆମ ଅଞ୍ଚଳକୁ ଆସିବାକୁ ହେଲେ ୧୦ ଥର ଭାବିବାକୁ ବାଧ୍ୟ ହେବେ ଆଉ ଏବେ ସେହି ସମୟ ସତରେ ଆସିଯାଇଛି ।

vlcsnap-2025-03-17-20h51m22s832

କନକ ବ୍ୟୁରୋ: ଛାନିଆ ପାକିସ୍ତାନ ଆର୍ମି । ବିଏଲଏ କରୁଛି ଘନଘନ ଆକ୍ରମଣ । ପାକିସ୍ତାନ ସେନା ଉପରେ ୫ଦିନ ଭିତରେ ଦୁଇଟି ବଡ ଆକ୍ରମଣ କରିଛି ବିଏଲଏ, ଆକ୍ରମଣରେ ପାକ ଆର୍ମି ଏମିତି ଛାନିଆ ଯେ ୭ଦିନ ଭିତରେ ୨ହଜାର ପାଂଚ ଶହ ପାକ ସେନାଅଧିକାରୀ ଚାକିରି ଛାଡିଲେଣି, ଆଉ ଚାକିରି ଛାଡି ସିଧା ୟୁଏଇ ଏବଂ ଓମାନ ଭଳି ଦେଶକୁ ଯାଉଛନ୍ତି ।
 

'ଆମେ ପାକ୍ ଆର୍ମି, ଆମେ କାହାକୁ ଡରୁନା ' ଏଭଳି ସ୍ଲୋଗାନ ଦିଏ ପାକ୍‌ ଆର୍ମି ।  ହେଲେ ବିଏଲଏ ଆର୍ମି ପାକିସ୍ତାନ ସେନାକୁ ଛାନିଆରେ ପକାଇ ସାରିଲାଣି । ପାକ୍‌ ସେନା ଓ ଅଧିକାରୀଙ୍କୁ ବଲୁଚିସ୍ତାନ ଯିବାକୁ ଡର ଲାଗିଲାଣି ! କେତେବେଳେ କିଛି ବି ଘଟିପାରେ । ଗୋଟେ ସମୟରେ ବାଲୁଚ ଆର୍ମି କହିଥିଲା , ସମୟ ଏମିତି ଆସିବ ପାକ୍ ସେନା ଆମ ଅଂଚଳକୁ ଆସିବାକୁ ହେଲେ ୧୦ ଥର ଭାବିବାକୁ ବାଧ୍ୟ ହେବେ ଆଉ ଏବେ ସେହି ସମୟ ସତରେ ଆସିଯାଇଛି । ରବିବାର ବିଏଲଏ ପୁଣି ଥରେ ପାକିସ୍ତାନ ସେନା ଗାଡି ଉପରେ କରିଥିଲା ବଡ ଆକ୍ରମଣ । ବଲୁଚ୍ ଲିବରେସନ୍ ଆର୍ମିଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର କିଛି ଘଣ୍ଟା ପରେ, ଏହାର ସ୍ୱତନ୍ତ୍ର ବାହିନୀ ୟୁନିଟ୍ ମାଜିଦ୍ ବ୍ରିଗେଡ୍ ଆକ୍ରମଣର ପ୍ରଥମ ଦୃଶ୍ୟ ପ୍ରକାଶ କରିଛି । ବିଏଲଏ ଏବଂ ପାକିସ୍ତାନୀ ସାମରିକ ବାହିନୀ ଉଭୟ ଦ୍ୱାରା ଜାରି କରାଯାଇଥିବା ଆକ୍ରମଣ ଫୁଟେଜ୍ ଦର୍ଶାଉଛି ଯେ, କ୍ୱେଟାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ନୋଶକିରେ ଯାନଗୁଡ଼ିକୁ କିପରି ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା । ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଯବାନ ଆହତ ହୋଇଛନ୍ତି । କିନ୍ତୁ ବିଏଲଏ ଦାବି କରିଛି । ଆକ୍ରମଣରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଏକ ଘଟଣା ପାକିସ୍ତାନରେ ଘଟୁଛି । ଯାହାକୁ ଶୁଣିଲେ ଆପଣ ହସିବାକୁ ବାଧ୍ୟ ହେବେ । 

ପାକିସ୍ତାନ ଆଗରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଛି । ଦେଶରେ ବଡୁଥିବା ଆର୍ଥିକ ସମସ୍ୟା ଓ ଆତଙ୍କବାଦୀ ମାନଙ୍କ ଟାର୍ଗେଟରେ ସେନା କର୍ମଚାରୀ ରହୁଥିବାରୁ ପାକ୍‌ ସୈନ୍ୟମାନେ ଦେଶ ଛାଡ଼ି ପଳାୟନ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ୨୫୦୦ ସୈନିକ ପାକିସ୍ତାନ ଛାଡ଼ିଛନ୍ତି । ଏହା ପଛରେ ନିରାପତ୍ତା ସ୍ଥିତି ଖରାପ ହେବା, କ୍ରମାଗତ ସାମରିକ କ୍ଷୟକ୍ଷତି ଏବଂ ପାକିସ୍ତାନର ସାମ୍ପ୍ରତିକ ଖରାପ ସ୍ଥିତି ରହିଛି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ସେନାରୁ ପଳାୟନ କରୁଥିବା ଅଧିକାଂଶ ସୈନିକ କାମ କରିବାକୁ ସାଉଦି ଆରବ, କତାର, କୁଏତ ଓ ୟୁଏଇ ଯାଉଛନ୍ତି । ସାମ୍ପ୍ରତିକ ସମୟରେ ପାକିସ୍ତାନ ସେନାରେ ଅସ୍ଥିରତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେନାରେ ନିଜ ଜୀବନକୁ ବିପଦରେ ପକାଇବା ପରିବର୍ତ୍ତେ ସେମାନେ ବିଦେଶରେ କାମ କରି ବଞ୍ଚିବାକୁ ବାଛିଛନ୍ତି । ବାସ୍ତବରେ ବଲୁଚିସ୍ତାନରେ ଆଜିକାଲି ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି । କ୍ରମାଗତ ଭାବେ ବିଏଲଏ ପାକ ସୈନ୍ୟମାନଙ୍କୁ ଟାର୍ଗେଟ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe