Baluch Photograph: (kanak news)
କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ୍ କକରଙ୍କୁ ବଲୁଚ୍ ଲୋକଙ୍କ ପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ବଲୁଚ୍ ଲୋକମାନେ ନରୱେର ଓସଲୋରେ କକରଙ୍କୁ ଅଟକାଇବା ସହ ବଲୁଚିସ୍ତାନରେ ପାକିସ୍ତାନୀ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରିଥିଲେ। ବଲୁଚିସ୍ତାନ ପ୍ରତିବାଦକାରୀମାନେ କକରଙ୍କୁ ବଲୁଚିସ୍ତାନର ହତ୍ୟାକାରୀ ଓ ସେନାର ଏକ ମୋହରା ବୋଲି କହି ନିନ୍ଦା କରିଥିଲେ ।
ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ନେତା ମୀର ୟାର ଇନଷ୍ଟାଗ୍ରାମରେ କକରଙ୍କ ଏକ ଭିଡିଓ ସେୟାର କରିଥିଲେ। ଏଥିରେ କିଛି ଲୋକ କକରଙ୍କୁ ଗାଳି ଦେଉଥିବାର ଶୁଣିବାକୁ ମିଳିଥିଲା। ଭଡିଓ ସେୟାର କରି ମୀର ୟାର ଲେଖିଛନ୍ତି, ଗଣତାନ୍ତ୍ରିକ ଓ ଆଇନଗତ ଉପାୟରେ, ଆମର ବେଲୁଚ୍ ପ୍ରତିନିଧିମାନେ ୟୁରୋପ ଏବଂ ବିଶ୍ୱରେ, ପାକିସ୍ତାନର ଦମନମୂଳକ ନୀତି, ଯୁଦ୍ଧ ଅପରାଧ, ବଲୁଚମାନଙ୍କ ନରସଂହାର ଓ ବଲୁଚ୍ ଜାତି ବିରୁଦ୍ଧରେ ଅନ୍ୟାୟକୁ ପ୍ରକାଶ କରିଛନ୍ତି। ଏହି ସମାନ କାମ ଓସଲୋରେ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିଲା। ତେଣୁ ଆମେ ଅନୁରୋଧ କରୁଛୁ, ନରଜୱେ ସରକାର ଓ ବିଶ୍ବ ସମୁଦାୟ ଆମ ପ୍ରତି ହେଉଥିବା ଅନ୍ୟାୟକୁ ଗୁରୁତର ସହ ନେଉ ।
ଅଧିକ ପଢ଼ନ୍ତୁ---ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ: ଦାଢ଼ି କାଟି ଛଦ୍ମବେଶରେ ଜୈଶ କମାଣ୍ଡର
Follow Us