କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳରେ ଅଘଟଣ। ବେଲୁନ୍ ଫାଟି ୫ ନାବାଳକ ଆହତ। ୫ ଜଣଙ୍କର ହାତ, ଗୋଡ ଓ ମୁହଁ ପୋଡ଼ିଯାଇଛି। ଉପରୁ ବେଲୁନ୍ ପଡିବା ପରେ ନେବା ପାଇଁ ଟଣାଓଟରା ହୋଇଥିଲା। ଏତିକିବେଳେ ଫାଟିଥିଲା ବେଲୁନ୍। ତେବେ ବେଲୁନ କେଉଁଠୁ ଆସିଲା ଏବଂ କିଏ ଛାଡ଼ିଲା ଜଣାପଡ଼ିନାହିଁ। ବେଲୁନ୍ ସିଜ୍ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ପଖାନପଦର ଗାଁରେ ଅଘଟଣ ଘଟିଛି। ଆହତ ୫ ବାଳକଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳରେ ଅଘଟଣ: ବେଲୁନ୍ ଫାଟି ୫ ନାବାଳକ ଆହତ
ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳରେ ଅଘଟଣ। ବେଲୁନ୍ ଫାଟି ୫ ନାବାଳକ ଆହତ। ୫ ଜଣଙ୍କର ହାତ, ଗୋଡ ଓ ମୁହଁ ପୋଡ଼ିଯାଇଛି। ଉପରୁ ବେଲୁନ୍ ପଡିବା ପରେ ନେବା ପାଇଁ ଟଣାଓଟରା ହୋଇଥିଲା।
/kanak/media/media_files/2025/02/14/4AoveGnsubcKKf4Rnufk.jpg)