କନକ ବ୍ୟୁରୋ: ବିଦେଶ ମାଟିରେ ହେବ ବାଲିଯାତ୍ରା । ପ୍ରଥମଥର ପାଇଁ ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ଲଣ୍ଡନରେ ରହୁଥିବା ପ୍ରବାସୀ ଓଡିଆଙ୍କ ଦ୍ୱାରା ଗଠନ କରାଯାଇଥିବା ଓଡିଶା ସୋସାଇଟି ଅଫ ୟୁନାଇଟେଡ୍ କିଙ୍ଗଡମ୍ ପକ୍ଷରୁ ମହାଆଡମ୍ୱର ସହ ପାଳନ କରିବାକୁ ଯାଉଛି ବାଲିଯାତ୍ରା । ଏହି ଅନୁଷ୍ଠାନ ଗତ ୪ ଦଶନ୍ଧି ଧରି ଓଡ଼ିଶାର ପୂଜା ପାର୍ବଣର ଆୟୋଜନ କରୁଥିବାବେଳେ ଏଥର ପ୍ରଥମ ଥର ପାଇଁ ବାଲିଯାତ୍ରାର ଆୟୋଜନ କରୁଛନ୍ତି । ଏନେଇ ଅନୁଷ୍ଠାନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ବି ମିଳିଛି ନିମନ୍ତ୍ରଣ । ବାଲିଯାତ୍ରାରେ ଓଡିଶାର ନୃତ୍ୟ ପରିବେଷଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନୃତ୍ୟ ଦଳ ପଠାଯିବ ବୋଲି ମିଳିଛି ପ୍ରତିଶୃତି । ନଭେମ୍ୱର ୩୦ ତାରିଖରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।