ବାଲିଯାତ୍ରା :ଦର୍ଶକଙ୍କୁ ବାନ୍ଧିଲା ଆହେ ନୀଳଶଇଳ । ଭାବବିହ୍ୱଳ ହେଲେ ଦର୍ଶକ

Advertisment

ପ୍ରଥମ ଥର ପାଇଁ କଟକ ବାଲିଯାତ୍ରାରେ ପରିବେଷଣ ହୋଇଛି ଚକଲେଟ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ "ଆହେ ନୀଳଶୈଳ"। ଗତକାଲି ବାଲିଯାତ୍ରାର ତୃତୀୟ ଦିନରେ ଅକ୍ଷୟ ମହାନ୍ତି ମଞ୍ଚରେ ଏହି ନାଟକ ମଞ୍ଚସ୍ଥ ହୋଇଛି

ପ୍ରଥମ ଥର ପାଇଁ କଟକ ବାଲିଯାତ୍ରାରେ ପରିବେଷଣ ହୋଇଛି ଚକଲେଟ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ "ଆହେ ନୀଳଶୈଳ"। ଗତକାଲି ବାଲିଯାତ୍ରାର ତୃତୀୟ ଦିନରେ ଅକ୍ଷୟ ମହାନ୍ତି ମଞ୍ଚରେ ଏହି ନାଟକ ମଞ୍ଚସ୍ଥ ହୋଇଛି

nila

କନକବ୍ୟୁରୋ : ପ୍ରଥମ ଥର ପାଇଁ କଟକ ବାଲିଯାତ୍ରାରେ ପରିବେଷଣ ହୋଇଛି ଚକଲେଟ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ "ଆହେ ନୀଳଶୈଳ"। ଗତକାଲି ବାଲିଯାତ୍ରାର ତୃତୀୟ ଦିନରେ ଅକ୍ଷୟ ମହାନ୍ତି ମଞ୍ଚରେ ଏହି ନାଟକ ମଞ୍ଚସ୍ଥ ହୋଇଛି ।  ଓଡିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ରଚନା ହୋଇଥିବା ଏହି ନାଟକ ଓଡିଶା ତଥା ବାହାରେ ମଞ୍ଚସ୍ଥ ହୋଇ ଲୋକଙ୍କର ଅଜସ୍ର ଭଲପାଇବା ସାଉଁଟିଛି ।  ଗତକାଲି ବାଲିଯାତ୍ରା ମଞ୍ଚରେ ମଧ୍ୟ ଦର୍ଶକ ଏହି ନାଟକକୁ ମନଭରି ଉପଭୋଗ କରିଛନ୍ତି ।  କଳାକାରମାନଙ୍କ ନିଖୁଣ ଅଭିନୟ ଏବଂ ଜଗନ୍ନାଥଙ୍କ ଉପରେ ଆଧାରିତ କାହାଣୀ ଦେଖି ଲୋକେ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା   ସେହିପରି ପ୍ରଥମଥର ବାଲିଯାତ୍ରାରେ ଏହି ନାଟକ ପରିବେଷଣ କରି ସୁନ୍ଦର ଅନୁଭୂତି ପାଇଥିବା କହିଛନ୍ତି କଳାକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe