ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ିଲା । ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ।

Advertisment

ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି ।  ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲା ପ୍ରଶାସନ ସହ ଆଲଚନା କରିଛନ୍ତି । ଏହି କ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ବାଧା ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

Updated On

ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି ।  ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲା ପ୍ରଶାସନ ସହ ଆଲଚନା କରିଛନ୍ତି । ଏହି କ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ବାଧା ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
New Project (6)

କନକ ବ୍ୟୁରୋ: ଗତ ଶନିବାର (ନଭେମ୍ବର ୧୬) ଦିନ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ । ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପର୍ଫମାନ୍ସ ଚାଲିଥିବା ବେଳେ ଏହାକୁ ଅଧାରୁ ବନ୍ଦ କରାଇ ଦିଆଯାଇଥିଲା । ଏହାକୁ ନେଇ ବାଲିଯାତ୍ରାରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ା ଯାଇଛି । 

ଏଣିକି ୧୦ଟା ପରିବର୍ତ୍ତେ  ସାଢ଼େ ୧୦ଟା ପର୍ୟ୍ୟନ୍ତ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲା ପ୍ରଶାସନ ସହ ଆଲଚନା କରିଛନ୍ତି । ଏହି କ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ବାଧା ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ଶନିବାର ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା ପୋଲିସ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe