କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏଏନଏମ୍ ଦିଦିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବିଳମ୍ବିତ ରାତିରେ ଘରୁ ଘୋଷାଡ଼ି ଆଣି ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଗୁରୁତର ଅବସ୍ଥାରେ ଏଏନଏମ୍ ଦିଦିଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କନ୍ଧମାଳ ବାଲିଗୁଡା ଥାନା ଖମଣଖୋଲରେ ଏହି ଅଭାବନୀୟ ଘଟଣା ଘଟିଛି । ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଟିକିଲି ରାଜପୁତଙ୍କୁ କିଛି ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ ।