କନକ ବ୍ୟୁରୋ: ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ଓ ତାଙ୍କ ପରିବାକୁ ଭେଟିଛି ବିଜେଡି ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପରେ ଘଟଣାର ତଦନ୍ତ ଓ ଅଗ୍ରଗତି ନେଇ ଏସ୍‌ପି ପ୍ରତୀକ ସିଂହଙ୍କ ସହ ଆଲୋଚନା କରିଛନ୍ତି । ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ବିଜେଡି ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏସପିଙ୍କ ସହ ଆଲୋଚନା କରିଛି । ସେହିପରି ଘଟଣାର ଉପଯୁକ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ । ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ବିଜେଡି ରାଜ୍ୟ ଉପସଭାପତି ସଞ୍ଜୟ ଦାସ ବର୍ମା । 

Advertisment