ବାଲେଶ୍ୱର ଡଗରା ବେଳାଭୂମିରେ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକଙ୍କ ଅସଦାଚରଣ ଅଭିଯୋଗ, ଭିଡିଓ ଭାଇରାଲ

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ  ଅସଦାଚରଣ ଅଭିଯୋଗ । ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିବା ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
53_UP

କନକ ବ୍ୟୁରୋ : ପୁଣି ବେଳାଭୂମିରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ  ଅସଦାଚରଣ ଅଭିଯୋଗ । ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିବା ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅସାମାଜିକ ଯୁବକମାନେ ପର୍ଯ୍ୟଟକଙ୍କୁ  ଆକ୍ରମଣ ଏବଂ ଅସାଦାଚରଣ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କ  ସୁରକ୍ଷା  ନେଇ ପୋଲିସ ମୁତୟନ ପାଇଁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe