କନକ ବ୍ୟୁରୋ : ପୁଣି ବେଳାଭୂମିରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ । ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିବା ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅସାମାଜିକ ଯୁବକମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ ଏବଂ ଅସାଦାଚରଣ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୋଲିସ ମୁତୟନ ପାଇଁ ସାଧାରଣରେ ଦାବି ହୋଇଛି ।
ବାଲେଶ୍ୱର ଡଗରା ବେଳାଭୂମିରେ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକଙ୍କ ଅସଦାଚରଣ ଅଭିଯୋଗ, ଭିଡିଓ ଭାଇରାଲ
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ । ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିବା ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
/kanak/media/media_files/2025/07/08/53_up-2025-07-08-14-53-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)