କନକ ବ୍ୟୁରୋ : କଥାରେ ଅଛି, ନାରୀ ତୋର କେତେ ରୂପ କେତେ କାହାଣୀ, ଦିନ ସରେ ରାତି ସରେ କଥା ସରେନି.. ହିଁ ଆଜ୍ଞା କେତବେଳେ ତାକୁ ମାହୋଇ ସନ୍ତାନର କଥା ବଝିବାକୁ ପଡେ ପୁଣି କେତେବେଳେ ସ୍ତ୍ରୀ ପୁଣି କେତେବଳେ ଭଉଣୀ ଭାବେ ଦାୟିତ୍ୱ ନିଭାଇବାକୁ ପଡ଼ିଥାଏ ଆଉ ପୁଣି କେତେବେଳେ ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ମଧ୍ୟ ସେ ପଛାଇନଥାଏ ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ନାଇଦଳୀ ଗାଁର ମିନତୀ ପ୍ରଧାନଙ୍କ କଥା

ବାଲେଶ୍ୱର ନାଇଦଳୀ ଗାଁର ବୋହୁ ମିନତୀଙ୍କ ପ୍ରେରଣାଦାୟୀ କାହାଣୀ ଦିନେ ପରିବାର ଚଳାଇବା ପାଇଁ ମିନତୀଙ୍କ ସ୍ୱାମୀ ଆରମ୍ଭ କରିଥିଲେ କୁକୁଡ଼ା ପାଳନ ହେଲେ ସେହି ପଇସାରେ ପରିବାର ଚଳାଇବା ବେଶ କଷ୍ଟକର ଥିଲା ତେଣୁ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଆଗେଇ ଆସିଲେ ମିନତୀ ସ୍ୱୟଂ ସହାୟକ ଗୋଷ୍ଠୀରୁ ମିଳୁଥିବା ରୁଣରେ ଆଧିକ କୁକୁଡ଼ା ଚିଆଁ କିଣି ସ୍ୱାମୀଙ୍କ କୁକୁଡ଼ା ଫାର୍ମକୁ ବଢ଼ାଇଲେ ଯାହା ଏବେ ପରିବାର ଚଳାଇବାରେ ବେଶ ସହାୟକ ହୋଇଛି ଅଭାବ ଅନଟନରେ ସୁଧାର ଆସିଛି

ବଞ୍ଚିବା ପାଇଁ ରୋଜଗାର କରିବା ନିହାତି ଜରୁରୀ ତେଣୁ ମିନତୀ ଭୋର ୪ଟାରୁ ଉଠି ଘର କାମ ସାରି ବାହାରି ପଡ଼ନ୍ତି କୁକୁଡ଼ା ଫାର୍ମରେ କାମ କରିବାକୁ ସକାଳ ୮ଟାରୁ ଯାଏଁ କୁକୁଡ଼ା ଫାର୍ମରେ କାମ କରି ପୁଣି ଘର କାମରେ ଲାଗିପଡ଼ନ୍ତି ସେହିପରି ଅପରାହ୍ନ ୫ଟାରୁ କୁକୁଡ଼ା ଫାର୍ମରେ କାମ କରିବାକୁ ପଡ଼ିଥାଏ ଅଧିକ ଅର୍ଥ ନଥିବାରୁ କୁକୁଡ଼ା ଫାର୍ମଟି ଉନ୍ନତ ମାନର କରିପାରିନାହାନ୍ତି ତେଣୁ ଏଥିପାଇଁ ସେ ଏକ ରୁଣ ପାଇଁ ଆବେଦନ କରିଛନ୍ତି ଅଧିକ ରୁଣ ମିଳିଲେ ସେ ଏହି କାମକୁ ଆହୁରି ଆଗକୁ ବଢାଇବେ ବୋଲି କହିଛନ୍ତି

ମିନତୀଙ୍କ ଏଭଳି କାମ ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରିଛି ତାଙ୍କ ଉଦ୍ୟମରେ ପରିବାରର ଅର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି ସ୍ତ୍ରୀ ଲୋକ ମାନେ ଯେ ଘର ଚାରି କାନ୍ଥ ଭିତରେ ରହିବେ ତାହା ନୁହେଁ, ମହିଳା ମାନେ ନିଜସ୍ୱ ଉଦ୍ୟମରେ ସବୁଥିରେ ସଫଳ ହୋଇପାରନ୍ତି ବୋଲି ପ୍ରମାଣିତ କରିଛନ୍ତି ମିନତୀ