କନକବ୍ୟୁରୋ : ସହରକୁ ସୁନ୍ଦର ରଖିବା ପାଇଁ ରାସ୍ତାଘାଟ, ଜଳଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ସାଙ୍ଗକୁ ବଜାର ବ୍ୟବସ୍ଥାର ଦାୟିତ୍ବ ପୌରପାଳିକାର। ଏଥିପାଇଁ ପ୍ରତ୍ୟେକ ଦିନ ବ୍ୟବସାୟୀଙ୍କ ଠାରୁ  ଆଦାୟ ହେଉଛି ଅର୍ଥ । କିନ୍ତୁ ଚରମ ଅବହେଳା ଦେଖିବାକୁ ମିଳିଛି ବାଲେଶ୍ୱର ନୂଆ ବଜାର ମାଛ ମାର୍କେଟରେ। ବିପଦ ସଂକୁଳ ଓ ଅସ୍ୱାସ୍ଥ୍ୟକର ପରିବେଶରେ ବସି ମାଛ ବିକ୍ରି କରୁଛନ୍ତି ବ୍ୟବସାୟୀ । ..

ଏ ଦୃଶ୍ୟ ହେଉଛି ବାଲେଶ୍ୱର ନୂଆ ବଜାର ମାଛ ମାର୍କେଟ ର  ।  ବିପଦ ସଙ୍କୁଳ ଅବସ୍ଥାରେ ବସି ବେପାର କରୁଛନ୍ତି ବ୍ୟବସାୟୀ ।   ଲୁହାରେ କଳଙ୍କି ଲାଗି ଗଲାଣି। ଅଧାରୁ ଅଧିକ ଲୁହା ପିଲର୍ ଭାଙ୍ଗି ମୁଣ୍ଡ ଉପରେ ଝୁଲୁଛି ।  ଆଉ କିଛି ପିଲର୍‌ ପୂରା ନଷ୍ଟ ।   ଏଭଳି ବିପଦପୂର୍ଣ୍ଣ ଛପର ତଳେ ୪୦ ଦୋକାନୀ ବସୁଛନ୍ତି। କେତେବେଳେ ବି ଛପର ଭୁଶୁଡ଼ି ଯିବାର ସମ୍ଭାବନା ଅଛି  ।  ୨୦୨୨ରେ ନୂଆ ବଜାରର ପୁରୁଣା ମାଛ ବଜାର ଭାଙ୍ଗି ନୂଆ କରି ତିଆରି କରାଯାଇଥିଲା ମାଛ ମାର୍କେଟ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସବୁ ପିଣ୍ଡି ଓ ଛପର ଭାଙ୍ଗି ଗଲାଣି  ।   ମାସକ ପୂର୍ବରୁ ଛପର ଭାଙ୍ଗିବାରୁ ଜଣେ ମାଛ ଦୋକାନୀ ଗୁରୁତର ବି ହୋଇଥିଲେ।

Advertisment

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଚେତୁନି ପୌରପାଳିକା। ପ୍ରତ୍ୟେକ ବେପାରୀଙ୍କ ଠାରୁ ମାସକୁ ୩ଶହ ଟଙ୍କା ହିସାବରେ ୪୦ ଦୋକାନୀଙ୍କ ଠାରୁ ୧୨ହଜାର ଟଙ୍କା ଆଦାୟ ହେଉଛି। କିନ୍ତୁ ବ୍ୟବସ୍ଥାରେ ଆସୁନି ପରିବର୍ତ୍ତନ। ବିପଦପୂର୍ଣ୍ଣ ଛପର ସାଙ୍ଗକୁ ଅପରିଷ୍କାର ପରିବେଶରେ ଚାଲିଛି ବ୍ୟବସାୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମାଛ ବ୍ୟବସାୟୀ ଓ ଗ୍ରାହକ ।