କନକ ବ୍ୟୁରୋ : ଆଜିର ସମୟରେ ମଣିଷ ପାଇଁ ଡାକ୍ତର ହେଲେ ଦ୍ବିତୀୟ ଭଗବାନ ଏବଂ ଡାକ୍ତରଖାନା ହେଲା ଦ୍ବିତୀୟ ମନ୍ଦିର । ଯେଉଁଠି ମଣିଷ ଔଷଧ ଖାଇ ସୁସ୍ଥ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ ହସ୍ପିଟାଲରେ ଯେଉଁ ସବୁ ଘଟଣାମାନ ଘଟୁଛି ତାହାକୁ ଦେଖିଲେ ଦୁଃଖ ଲାଗୁଛି । ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ବାଲେଶ୍ବରରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର ଏମିତି ବିକଳ ଚିତ୍ର । ଗୋଟିଏ ପଟେ ବାଲେଶ୍ବରର କାଂଶ ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବନ୍ଦ ଥିବା ସତ୍ତ୍ବେ ଏହାର ଷ୍ଟୋର୍ ରୁମ୍ କିନ୍ତୁ ଖୋଲା ଅବସ୍ଥାରେ ଥିଲା । ଏହି ଷ୍ଟୋର୍ ରୁମରେ ଅଳିଆ ପଡ଼ିଲା ପରି ଲକ୍ଷାଧିକ ଟଙ୍କାର ଔଷଧ ଏଣେତେଣେ ପଡ଼ିଥିଲା । ରୋଗୀ ଔଷଧ ଖାଇବାକୁ ପାଉନଥିବା ବେଳେ ଅଧିକାରୀ କେମିତି ଏତେ ଅବହେଳା ଦେଖାଉଛନ୍ତି ଏବେ ତାହା ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । 

Advertisment

ଠିକ୍ ସେମିତି ବାଲେଶ୍ବରରେ ଅଟୋ ଭିତରେ ଗର୍ଭବତୀ ମହିଳା ଦେଲେ ନବଜାତକକୁ ଜନ୍ମ । ଅଲଟ୍ରାସାଉଣ୍ଡ୍ ପାଇଁ ଆସିଥିବା ମହିଳାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ମ୍ୟାଡାମ୍ କହିଲେ ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ ହେବ ଅଟୋରେ ପଳାଅ । ସେଥିପାଇଁ ଗର୍ଭବତୀ ସ୍ତ୍ରୀଙ୍କୁ ନେଇ ସ୍ବାମୀ ହସ୍ପିଟାଲକୁ ଯାଉଥିବା ବେଳେ ଅଟୋ ଭିତରେ ହିଁ ଛୁଆ ଜନ୍ମ କଲେ ମହିଳା । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ବାଲେଶ୍ବରରେ କେବେ ସୁଧୁରିବ ସ୍ବାସ୍ଥ୍ୟସେବାର ଚିତ୍ର ?