କନକବ୍ୟୁରୋ : ବାଲେଶ୍ବର ଗୋପାଳପୁରରେ ପୂର୍ବ ଶତ୍ରୁତାକୁ ନେଇ ହାଣିଲେ ଯୁବକ। ପୂରା ଅଞ୍ଚଳରେ କୋକୁଆ ଭୟ। ସୂଚନା ମୁତାବକ, ଗୋପାଳପୁର ବଜାରକୁ ଶ୍ରୀଜଙ୍ଗ ଗାଁର ପୁଅ ଅଜୟ ମଲ୍ଲିକ ମୋବାଇଲ କିଣିବାକୁ ଆସୁଥିବା ବେଳେ କୁଆପଦା ଗାଁର କିଛି ଯୁବକ ତାଙ୍କୁ ଉଠାଇନେଇଥିଲେ l ଯୁବକଙ୍କୁ ମାରପିଟ୍ କରିବା ସହ ସମୁଦ୍ର ନିକଟରେ ହାଣିକି ଫିଙ୍ଗିଦେଇଥିଲେ l
ଖବର ପାଇ ଗୋପାଳପୁର ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜୟଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏହି ଘଟଣାର କିଛି ସମୟ ପରେ କୁଆପଦା ଗାଁର ରମାକାନ୍ତ ମହାଳିକ ରସାଳପୁର ବଜାରକୁ ମେଡ଼ିସିନ ଆଣିବାକୁ ଯାଇଥିଲେ l ତେବେ ରମାକାନ୍ତ ମହାଳିକ ମେଡ଼ିସିନ ନେଇ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଠାରେ କିଛି ଲୋକେ ତାଙ୍କୁ ମାରପିଟ୍ କରିବା ସହ ଗୋଡାଇ ଗୋଡାଇ ହାଣିଥିଲେ । ଉଭୟ ଗୁରୁତରଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l
---