ଚାଲିଥିଲା ଜନ ଅଭିଯୋଗ ଶୁଣାଣି ; ହଠାତ୍‌ ତଳେ ବସି ନେହୁରା ହେଲେ ଜଣେ ଚାଷୀ

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ସେବା ସମବାୟ ସମିତିରେ ଦୀର୍ଘ ୯ ବର୍ଷ ତଳେ ବହୁ ଚାଷୀଙ୍କ ନାମରେ ନକଲି କାଗଜପତ୍ର ଦେଇ କୋଟି କୋଟି ଟଙ୍କା ଋଣ କରାଯାଇଥିଲା । ଯାହାକୁ ନେଇ ନିରୀହ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଋଣ ଭାରରୁ  ମୁକୁଳି ପାରୁ ନାହାନ୍ତି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ସେବା ସମବାୟ ସମିତିରେ ଦୀର୍ଘ ୯ ବର୍ଷ ତଳେ ବହୁ ଚାଷୀଙ୍କ ନାମରେ ନକଲି କାଗଜପତ୍ର ଦେଇ କୋଟି କୋଟି ଟଙ୍କା ଋଣ କରାଯାଇଥିଲା । ଯାହାକୁ ନେଇ ନିରୀହ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଋଣ ଭାରରୁ  ମୁକୁଳି ପାରୁ ନାହାନ୍ତି ।

Farmer

Farmer Photograph: (kanak news)

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିବେଳେ, ଗୋଡ଼ ତଳେ ପଡ଼ିଗଲେ ଚାଷୀ । ତଳେ ବସି ଜିଲ୍ଲାପାଳଙ୍କୁ କାକୁତି ମିନତି ହୋଇ କଲେ ଅଭିଯୋଗ । ୯ ବର୍ଷ ଧରି କୋଟି କୋଟି ଟଙ୍କାର ଋଣ ନାଁରେ ହଡପ ହୋଇଥିବା ଟଙ୍କାର ହୋଇ ପାରୁନି ତଦନ୍ତ । ଏହାକୁ ନେଇ ଅନେକ ଅଭିଯୋଗ ପରେ ବି ମିଳିନି ନ୍ୟାୟ । ଶେଷରେ ତଳେ ବସି ଜିଲ୍ଲାପାଳଙ୍କୁ ନେହୁରା ହେଲେ ବାଲେଶ୍ବର ଭୋଗରାଇ ବ୍ଲକର ଚାଷୀ ବନ ବିହାରୀ ଦାସ । 

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ସେବା ସମବାୟ ସମିତିରେ ଦୀର୍ଘ ୯ ବର୍ଷ ତଳେ ବହୁ ଚାଷୀଙ୍କ ନାମରେ ନକଲି କାଗଜପତ୍ର ଦେଇ କୋଟି କୋଟି ଟଙ୍କା ଋଣ କରାଯାଇଥିଲା । ଯାହାକୁ ନେଇ ନିରୀହ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଋଣ ଭାରରୁ  ମୁକୁଳି ପାରୁ ନାହାନ୍ତି । ଏଥିପାଇଁ ଚାଷ ପାଇଁ ଋଣ ମଧ୍ୟ କରି ପାରୁ ନାହାନ୍ତି । ଏ ନେଇ ବାରମ୍ବାର ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନି । ଆଜି ଏ ନେଇ ଚାଷୀ ବନବିହାରୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆସି ତଦନ୍ତ ପାଇଁ କାକୁତି ମିନତି ହୋଇ ତଳେ ବସିପଡ଼ିଲେ । ଖାଲି ସେତିକି ନୁହେଁ ବିଭାଗ ପାଖରୁ ଆରମ୍ଭ କରି ମନ୍ତ୍ରୀ ଏବଂ ଭିଜିଲାନ୍ସ ପର୍ୟ୍ୟନ୍ତ ଅଭିଯୋଗ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସନ୍ତୋଷ ଜନକ ଉତ୍ତର ଚାଷୀ ମାନଙ୍କୁ ମିଳିପାରିନଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ---ଆସନ୍ତାକାଲି ଓଡିଶା ବନ୍ଦ : କଂଗ୍ରେସର ସମର୍ଥନ ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe