କନକ ବ୍ୟୁରୋ: ପୁଣି ସୁବର୍ଣ୍ଣରେଖାରେ ବନ୍ୟା । ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ଗାଲୁଡିହି ବ୍ୟାରେଜରୁ ପାଣି ଛଡ଼ା ଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା । ଏଥର ବନ୍ୟାକୁ ନେଇ ଚଳିତ ବର୍ଷ ଷଷ୍ଠ ଥର ବନ୍ୟା ଆସିଛି । କିଛି ମାସ ଭିତରେ ସୁବର୍ଣ୍ଣରେଖା ନଦୀରେ ପାଞ୍ଚ ଥର ବନ୍ୟା ଆସିବା ଫଳରେ ବାଲିଆପାଳ, ଜଳେଶ୍ଵର ବ୍ଲକର ଶତାଧିକ ଗାଁ ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡ଼ି ଯାଇଛି । ବାରମ୍ବାର ବନ୍ୟା ଆସିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କ ଆର୍ଥିକ ମେରୁଦଣ୍ତ ଦୋହଲି ଯାଇଛି । ବନ୍ୟା ଛାଡ଼ିବା ପରେ ଅଣ୍ଟା ସଳଖି ଚାଷ କାମ ଆରମ୍ଭ କରୁଥିବା ବେଳେ ପୁଣି ବନ୍ୟା ଚିନ୍ତାରେ ପକାଇ ଦେଇଛି ।
ସୁବର୍ଣ୍ଣରେଖା ନଦୀର ପାଣି ସୁଅରେ ଭାସିଗଲା ଡଙ୍ଗା । ଡଙ୍ଗାରେ ଥିବା ଦୁଇ ଜଣକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଭୋଗରାଇ ଓ ବାଲିଆପାଳକୁ ସଂଯୋଗ କରୁଥିବା ରସଲପୁର ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟର ବନ୍ୟା ପାଣି। କିଛି ଲୋକେ ବାଇକ ଓ କ୍ଷୀର କେନ ଧରି ଡଙ୍ଗାରେ ରାସ୍ତା ପାର ହେଉଥିଲା ବେଳେ ଡଙ୍ଗାଟି ଭାସି ଯାଇଥିଲା । ଡଙ୍ଗାରେ ୨ଟି ବାଇକ ସହ ୮ ଜଣ ଲୋକ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/24/10-2025-08-24-17-21-54.jpg)