କନକ ବ୍ୟୁରୋ : ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଏବେ ସହଦେବଖୁଣ୍ଟା ପୁଲିସର ଭୂମିକା ସନ୍ଦେହ ଘେରରେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲା ପୁଲିସ । କେବଳ ଜେନେରାଲ ଡାଏରୀ କରି ଛାଡ଼ିଦେଇଥିଲା ସହଦେବଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ସହ ଦୁର୍ବ୍ୟବହାର ନେଇ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ସହଦେବଖୁଣ୍ଟା ଥାନାକୁ ଜଣାଇଥିଲେ ଏଫଏମ୍ କଲେଜ ଅଧ୍ୟକ୍ଷ । ଏଜୁକେସନ୍ ବିଭାଗ ଏଚ୍‌ଓଡି ସମୀର ସାହୁ, ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଜଣାଇଥିଲେ ଅଧ୍ୟକ୍ଷ । ଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଧମକାଉଥିଲେ ସମୀର ସାହୁ ।

Advertisment

ସ୍ବତନ୍ତ୍ର କମିଟି ଦ୍ବାରା ତଦନ୍ତ ପାଇଁ ଦାବି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ । ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଥିଲା ଛାତ୍ର ସଂଗଠନ ଏବିଭିପି । ୫ ଦିନ ଭିତରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା । ଏନେଇ ଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କଲେଜ ଅଧ୍ୟକ୍ଷ । ଉଠିଲା ପ୍ରଶ୍ନ, କାହା ଚାପରେ ଏଭଳି କରିଥିଲେ ସହଦେବଖୁଣ୍ଟା ଥାନା ଆଇଆଇସି ଅଜୟ କୁମାର ମୁର୍ମୁ ।