ରାଜ୍ୟ ଲନ୍‌ ବଲ୍‌ରେ ବଲାଙ୍ଗୀରର ବାଜିମାତ୍‌

Advertisment

ରବିବାର ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ଉପ ଜ଼ିଲ୍ଲାପାଳ ଆଲୋକ ପଟେଲ, ରାଜ୍ୟ ଲନ୍‌ ବଲ୍‌ ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓ ଅତିଥି ଥିଲେ।

ରବିବାର ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ଉପ ଜ଼ିଲ୍ଲାପାଳ ଆଲୋକ ପଟେଲ, ରାଜ୍ୟ ଲନ୍‌ ବଲ୍‌ ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓ ଅତିଥି ଥିଲେ।

lawn ball

lawn ball Photograph: (Kanak News)

କନକ ବ୍ୟୁରୋ: ଓଡିଶା ରାଜ୍ୟ ଲନ୍‌ ବଲ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରରଣରେ ମଧ୍ୟ ବଲାଙ୍ଗୀର ବାଜି ମାରିନେଇଛି। ବଲାଙ୍ଗୀର ଜିଲ୍ଲା ବିଜେତା ଏବଂ ସମ୍ବଲପୁର ଜ଼ିଲ୍ଲା ଉପ ବିଜେତା ହୋଇଛି। ସମସ୍ତ ୧୦ ଇଭେଣ୍ଟ୍‌ରୁ ବଲାଙ୍ଗୀର ଜିଲ୍ଲା ଦଳ ବରିଷ୍ଠ ବର୍ଗରେ ୫ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ ପଦକ ଜିତିଥିବାବେଳେ ୨୫ ବ‌ର୍ଷରୁ କମ୍‌ ବାଳକରେ ସ୍ବର୍ଣ୍ଣ ଓ ବାଳିକାରେ କାଂସ୍ୟ ପଦକ ଜିତିଥିଲା। ସେହିଭଳି ସମ୍ବଲପୁର ବରିଷ୍ଠରେ ୧ ସ୍ବର୍ଣ୍ଣ, ୩ ‌ରୌପ୍ୟ, ୧ କାଂସ୍ୟ ଏବଂ ୨୫ ବୟସରୁ କମ ବର୍ଗ ବାଳିକାରେ ଗୋଟିଏ ସ୍ବର୍ଣ୍ଣ ହାସଲ କରିଥିଲା। ଖୋର୍ଦ୍ଧା ଜିଲ୍ଲାର ଖେଳାଳି ପ୍ରଥମ ଥର ପାଇଁ ପଦକ ଜିତିଛି। ଭୁବନେଶ୍ବର ଦଳର ପ୍ରତିନିଧିତ୍ବ କରି ପୁରୁଷ ଏକକରେ ରାଜକିଶୋର ସାମଲ ଏବଂ ମହିଳା ଯୁଗଳ ସ୍ବାତୀଶ୍ରୀୟା ଜେନା ଓ ଲକ୍ଷ୍ମୀରାଣୀ ହେମ୍ବ୍ରମ କାଂସ୍ୟ ପଦକ ଜିତିଛନ୍ତି। ବିନା ଅଭ୍ୟାସରେ ଅପୂର୍ବ ସଫଳତା ପାଇଥିବାରୁ ଖେଳାଳିମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଲନ୍‌ ବଲ୍‌ ସଂଘ ସଭାପତି ନବରଂଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ... ଲିନ୍‌, ଆନ୍‌ ସେ’ ଜିତିଲେ ଇଣ୍ଡିଆନ୍ ଓପନ୍

ରବିବାର ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ଉପ ଜ଼ିଲ୍ଲାପାଳ ଆଲୋକ ପଟେଲ, ରାଜ୍ୟ ଲନ୍‌ ବଲ୍‌ ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓ ଅତିଥି ଥିଲେ। ରାଜ୍ୟ ଲନ୍‌ ବଲ୍‌ ସଂଘ ସାଧାରଣ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କରିସ୍ମା ରାଉତ, ଅନ୍ଵେଷା ରାଉତ, ରୋଶନ ସାହୁ, ନରେଶ ପ୍ରଧାନ, ବୁଦ୍ଧିରାଜ ବିଶ୍ୱାଳ, ପୁରେନ୍ଦର ସେଠ, ବିଭୁତି ସ୍ୱାଇଁ ପ୍ରମୁଖ ଏହି ତିନି ଦିନିଆ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe