କନକବ୍ୟୁରୋ : ବିଜେଡି କର୍ମୀଙ୍କ ଗୁଣ୍ଡା ରାଜ । ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବିରୋଧରେ କହିବାରୁ ଯୁବକଙ୍କୁ ଥାର୍ଡ ଡିଗ୍ରୀ କଲେ ବିଜେଡି କର୍ମୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଭିଡିଓରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୋର ଜବରଦସ୍ତ କ୍ଷମା ମାଗିବାକୁ ବାଧ୍ୟ କରିଛନ୍ତି ବିଜେଡି କର୍ମୀ । ବଲାଙ୍ଗୀରରୁ ଆସିଥିବା ଏଭଳି ଖବର ବେଶ ଚର୍ଚ୍ଚା ସାଉଁଟିଛି ।
ବିଜେଡି କର୍ମୀମାନେ ଯୁବକଙ୍କୁ ମାଡ ମାରିବା ଘଟଣାକୁ ବିଜେପି ନିନ୍ଦା କରିଛି । ଯୁବକଙ୍କୁ ଅକଥନୀୟ ଭାବେ ଦାଣ୍ଡରେ ଗୋଡେଇ ଗୋଡେଇ ପିଟିବା ସହ କ୍ଷମା ପ୍ରାର୍ଥନା ପାଇଁ ଚାପ ପକାଉଛନ୍ତି ବିଜେଡି ନେତା ଓ କର୍ମୀ । ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି କହିଛି ବିଜେପି । ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । ଏନେଇ ଥାନାରେ ଏତଲା ହୋଇଛି । ଘଟଣାକୁ ଗୁରୁତର ସହ ନେଇ ପୋଲିସ ଦୋଷୀମାନଙ୍କୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି ବିଜେପି ଜିଲ୍ଲା ସଭାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/16/Ik8DD8My7RVSao6t3LOQ.jpg)