’ପୀଡ଼ିତାଙ୍କୁ ଶୀଘ୍ର ଦିଲ୍ଲୀ ଏୟାରଲିଫ୍ଟ କରାଯାଉ’ : ବିଜେଡିର ଦାବି

ବଳଙ୍ଗା ପୀଡ଼ିତାଙ୍କୁ  ଏମ୍ସ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବା ଏମ୍ସ ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉ ବୋଲି ଦାବି କରିଛନ୍ତି ବିଜେଡ଼ି ନେତ୍ରୀ ।

18

କନକ ବ୍ୟୁରୋ : ବଳଙ୍ଗା ପୀଡ଼ିତାଙ୍କୁ  ଏମ୍ସ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବା ଏମ୍ସ ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଉ ବୋଲି ଦାବି କରିଛନ୍ତି ବିଜେଡ଼ି ନେତ୍ରୀ ।

ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସ ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଥିବାବେଳେ ବାହାରେ ବିରୋଧୀ କଂଗ୍ରେସ ଓ ବିଜେଡି କର୍ମୀ ଜୋରଦାର ବିରୋଧ କରିଛନ୍ତି । ବିଜେପି ସରକାରଙ୍କ ଶାସନର ମାତ୍ର ବର୍ଷେ ଭିତରେ ରାଜ୍ୟରେ ମହିଳାଙ୍କ ଉପରେ ଅପରାଧର ମାତ୍ରା ୮ ପ୍ରତିଶତ ବଢ଼ିଛି । ମହିଳାମାନେ ଆଉ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ନେତ୍ରୀ । ତେବେ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯଥାଶୀଘ୍ର ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରିବାକୁ ଦାବି କରିଛି ବିଜେଡି । ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

 ଆଜି ପିପିଲି ବଳଙ୍ଗାରେ ନାବାଳିକାଙ୍କୁ ତିନି ଜଣ ଯୁବକ କିରୋସିନ ପକାଇ ପୋଡ଼ିଦେବା ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି । ଏହାକୁ ନେଇ ବିରୋଧୀ ମଧ୍ୟ ଜୋରଦାର ସ୍ବର ଉଠାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe