୧୦ ମିନିଟରେ ଏମ୍ସରୁ ଏୟାରପୋର୍ଟ : ବଳଙ୍ଗା ପୀଡ଼ିତାଙ୍କ ଏୟାରଲିଫ୍ଟ ପ୍ରକ୍ରିୟା

ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ହେଁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି । ତେବେ ଗ୍ରୀନ୍ କରିଡରରେ ପୀଡ଼ିତାଙ୍କୁ ଏମ୍ସରୁ ବିମାନ ବନ୍ଦର ନିଆଯାଉଛି ।

AIIMS to AirPort

AIIMS to AirPort Photograph: (KanakNews)

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଉଛି । ଏହି ସମୟରେ ସହରର ଟ୍ରାଫିକ୍ ତଦାରଖ କରିଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ମାତ୍ର ୧୦ ମିନିଟରେ ବିମାନବନ୍ଦରରେ ପହଞ୍ଚାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩ ରୁ ୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ହେଁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି । ତେବେ ଗ୍ରୀନ୍ କରିଡରରେ ପୀଡ଼ିତାଙ୍କୁ ଏମ୍ସରୁ ବିମାନ ବନ୍ଦର ନିଆଯାଇଛି । ଏହି ସମୟରେ ରାଜଧାନୀ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖାଲି ଥିଲା । ଆମ୍ବୁଲାନ୍ସ ସହ ଗ୍ରୀନ୍ କରିଡରରେ ୧୫ ଟି ଗାଡ଼ି ଯାଇଥିବା ସୂଚନା ରହିଛି । 

ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯାଉଛନ୍ତି । ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୁଲିସ । ବଳଙ୍ଗା ଥାନା ଘେରାଉ କରି ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ଶନିବାର ସକାଳୁ ପୀଡ଼ିତା ତାଙ୍କ ସାଙ୍ଗ ଘରକୁ ଯିବାବେଳେ ୩ ଜଣ ଯୁବକ ତାଙ୍କୁ ବଳପୂର୍ବକ ଟେକି ନେଇ ତାଙ୍କ ଦେହରେ କେରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ପାଇଁ ରକ୍ଷା ପାଇଥିଲେ ପୀଡ଼ିତା । ଏହାପରେ ତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲ ଏବଂ ସେଠାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥିଲା । ଏହାକୁ ନେଇ ବିରୋଧୀ ଏମ୍ସ ଆଗରେ ହଙ୍ଗାମା କରିଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରିବାକୁ ଦାବି କରିଥିଲେ । ଆଜି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe