ବଳଙ୍ଗା ଛାତ୍ରୀ ପୋଡି ଘଟଣା : ଡାକ୍ତର କହିଲେ, ନାବାଳିକା  ୬୦% ପୋଡି ଯାଇଛନ୍ତି

ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ଛାତ୍ରୀ । ଝିଅ ୬୦% ପୋଡି ଯାଇଥିବା ଡାକ୍ତର କହିଲେ ।

ନାବାଳିକା  ୬୦% ପୋଡି ଯାଇଛନ୍ତି

ନାବାଳିକା ୬୦% ପୋଡି ଯାଇଛନ୍ତି Photograph: (KanakNews)

କନକ ବ୍ୟୁରୋ:  ନାବାଳିକା  ୬୦% ପୋଡି ଯାଇଛନ୍ତି । ଝିଅ ୬୦% ପୋଡି ଯାଇଥିବା ଡାକ୍ତର କହିଲେ । ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୋଡି ଛାତ୍ରୀ । କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ । ସୂଚନାମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା  ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା  । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe