କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ । ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍ପି ଓ ବଳଙ୍ଗା ଥାନା ଅଧିକାରୀ । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେଡର୍କ କରିଛି ପୁଲିସ୍ ।
ବୟାନରେ ଗୋଟି ଗୋଟି କରି ସମ୍ପୂର୍ଣ ସତ କଥା ପୀଡିତା ପୋଲିସଙ୍କୁ ବୟାନରେ କହିଥିବା ଜଣାପଡ଼ିଛି । ପୁଲିସ୍ କୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହସ୍ତଗତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ୩ ଜଣ ଉଠାଇ ନେଇଥିବା ସେ ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କୁ କହିନଥିବା ପୁଲିସ୍ କୁ ଜଣାଇନଥିବା ଜଣାପଡ଼ିଛି । ବଞ୍ଚିବା ପାଇଁ ପାଣି ମୁନ୍ଦେ ଦିଅ ବୋଲି ସେ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିଥିଲେ । ପୁଲିସ୍ ଦିଲ୍ଲୀରୁ ଫେରିବା ପରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/07/30/38-2025-07-30-11-49-16.jpg)