କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଫରେନ୍‌ସିକ୍ କାର୍ଯ୍ୟାଳୟକୁ ଯିବ ଘଟଣାସ୍ଥଳରୁ ଜବତ ସାମଗ୍ରୀ ।  ରାଜ୍ୟ ଓ ଜିଲ୍ଲା ଫରେନ୍ସକି ଟିମ ଅପରାଧ ଘଟିଥିବା ସ୍ଥଳ, ନାବାଳିକାଙ୍କ ଘରୁ, ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରିଥିବା ଦୁଃଖୀଶ୍ୟାମଙ୍କ ଘରୁ ଅନେକ ସାମଗ୍ରୀ ଜବତ କରିଛି ।  ଜବତ କିରୋସିନ ଡବା, ପୋଡା କପଡା, ମାଟି, କିଛି ଫିଙ୍ଗର ପ୍ରିଣ୍ଟ ଥିବା ସାମଗ୍ରୀ ସବୁ ବଳଙ୍ଗା ଥାନାରେ ଏକାଠି କରାଯାଇଛି ।

Advertisment

ଏହି ସବୁ ସାମଗ୍ରୀ ନିମାପଡା କୋର୍ଟଙ୍କ ଅନୁମତି ପରେ ରାଜ୍ୟ ଫରେନ୍‌ସିକ୍ କାର୍ଯ୍ୟାଳୟକୁ ପଠାଯିବ । ସେପଟେ ଆଜି ଦିଲ୍ଲୀରୁ ଫେରିବ ବଳଙ୍ଗା ପୁଲିସ  ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍ । ନାବାଳିକାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯାଇଥିଲା ଟିମ୍ ।  ସେପଟେ ବଳଙ୍ଗା ଥାନାରେ ପହଞ୍ଚିଲେ ପୁରୀ ଏସପି ।  ଏଥିସହ କେବେ ସାମ୍ନାକୁ ଆସିବ ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ସତ। ଘଟଣାକୁ ୮ ଦିନ ବିତିଥିଲେ ବି ଘଟଣା ପାଇଁ କିଏ ଦାୟୀ ସେପର୍ଯ୍ୟନ୍ତ ପଞ୍ଚିପାରୁନି ତଦନ୍ତକାରୀ ସଂସ୍ଥା ।  ଏପଟେ ତଦନ୍ତ ପାଇଁ ଜଟଣୀରେ ପହଞ୍ଚିଲା ବଳଙ୍ଗା ପୁଲିସର ଏକ ଟିମ ।  ଜଟଣୀ ଥାନା ଅଂଚଳର ଜଣେ ସଂପର୍କୀୟଙ୍କ ଘଟଣାରେ ସଂପୃକ୍ତି ସନ୍ଦେହରେ ତଦନ୍ତ କରି ବଳଙ୍ଗା ପୁଲିସ୍  ଫେରିଥିବା ସୂଚନା ମିଳିଛି ।