କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡି ଘଟଣାରେ ବୟାନ ରେକର୍ଡ । ପୀଡ଼ିତାଙ୍କ ୪ ଜଣ ସାଙ୍ଗଙ୍କର ବୟାନ ରେକର୍ଡ କରାଯାଇଛି । ନିମାପଡ଼ା କୋର୍ଟରେ ନାବାଳିକାଙ୍କ ୪ ସାଙ୍ଗଙ୍କୁ ହାଜର କରାଯିବା ପରେ କୋର୍ଟ ସେମାନଙ୍କ ବୟାନ ଶୁଣିଛନ୍ତି । ଏହି ମାମଲାକୁ ୮ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଆଜି ସୁଦ୍ଧା ୭୦ରୁ ଅଧିକ ଜଣଙ୍କୁ ସ୍ପେଶାଲ ଟିମ୍ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ପଚରାଉଚରା କରିସାରିଲେଣି । ଦିଲ୍ଲୀ ଏମ୍ସ ଯାଇ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ହେଲେ ପୋଲିସ ହାତ ଖାଲି ।
ବଳଙ୍ଗା ନାବାଳିକା ପୋଡ଼ି ମାମଲା : ପୀଡିତାଙ୍କ ୪ ଜଣ ସାଙ୍ଗଙ୍କର ବୟାନ ରେକର୍ଡ
ବଳଙ୍ଗା ନାବାଳିକା ପୋଡି ଘଟଣାରେ ବୟାନ ରେକର୍ଡ । ପୀଡ଼ିତାଙ୍କ ୪ ଜଣ ସାଙ୍ଗଙ୍କର ବୟାନ ରେକର୍ଡ କରାଯାଇଛି । ନିମାପଡ଼ା କୋର୍ଟରେ ନାବାଳିକାଙ୍କ ୪ ସାଙ୍ଗଙ୍କୁ ହାଜର କରାଯିବା ପରେ କୋର୍ଟ ସେମାନଙ୍କ ବୟାନ ଶୁଣିଛନ୍ତି ।
/kanak/media/media_files/2025/07/27/20-2025-07-27-07-31-37.jpg)