କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ପୁରୀ ବଳଙ୍ଗା ନାବାଳିକା । ସଂକଟାପନ୍ନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସା ଚାଲିଛି । ସ୍ୱତନ୍ତ୍ର ଡାକ୍ତର ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଦିଲ୍ଲୀର ହେଲଥ ବୁଲେଟିନ୍ ଜାରି କରାଯାଇଛି । ପୀଡ଼ିତାଙ୍କ ୭୫ ପ୍ରତିଶତ ଜଳିଯାଇଥିବା ବୁଲେଟିନରେ ଉଲ୍ଲେଖ ରହିଛି ।
ପୀଡ଼ିତା ଜଣକ ଗତକାଲି ଅପରାହ୍ଣ ୪ଟା ୨୦ରେ ଏମ୍ସରେ ଦିଲ୍ଲୀରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ତୁରନ୍ତ ବର୍ଣ୍ଣ ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ଅକ୍ସିଜେନ ସପୋର୍ଟରେ ରହିଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପୀଡ଼ିତାଙ୍କ ଉପରେ ନଜର ରଖିଛି । ଗତକାଲି ସକାଳେ ପୀଡିତାଙ୍କ ଦେହରେ କିଛି ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ।
ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ୱର ଏମ୍ସର ୧୪ଜଣିଆ ଡାକ୍ତରୀ ଟିମର ଅବଜରଭେସନ୍ରେ ରହିଥିଲେ । ଗତକାଲି ଦିନ ସାଢେ ୧୨ଟାରେ ଗ୍ରୀନକରିଡରରେ ପୀଡିତାଙ୍କୁ ଏମ୍ସରୁ ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ଅଣାଯାଇଥିଲା । ସେଠାରେ ସ୍ୱତନ୍ତ୍ର ଏୟାର ଆମ୍ୱୁଲାନ୍ସ ଜରିଆରେ ଏୟାରଲିଫ୍ଚ କରାଯାଇଥିଲା । ଏହାପରେ ଦିଲ୍ଲୀ ବିମାନବନ୍ଦରରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି ।