ଏୟାରଲିଫ୍ଟ ହେଲେ ବଳଙ୍ଗାର ନାବାଳିକା, ତ୍ୱରିତ ପଦକ୍ଷେପ ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଭାତୀ ପରିଡା

"ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା" ଟୁଇଟ୍‌ କରି ଆଶୁ ଆରୋଗ୍ୟ କାମନା କଲେ ଉପମୁଖ୍ୟମନ୍ତ୍ରୀ

ବଳଙ୍ଗା  ମାମଲା

ବଳଙ୍ଗା ମାମଲା Photograph: (KanakNews)

କନକ ବ୍ୟୁରୋ: ଏୟାରଲିଫ୍ଟ ହେଲେ ପୁରୀ ଜିଲ୍ଲା ବଳଙ୍ଗାର ନାବାଳିକା । ଭୁବନେଶ୍ବର ଏମ୍‌ସରୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଟୁଇଟ୍‌ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି  ବୋଲି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ପ୍ରଭାତୀ ପରିଡା । 

ତେବେ ପୀଡ଼ିତାଙ୍କ ସହ ତାଙ୍କ ପରିବାର ଲୋକ ଦିଲ୍ଲୀ ଯାଇଛନ୍ତି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦିଲ୍ଲୀ ଏମ୍‌ସରୁ ଆସିଥିବା ଡାକ୍ତରୀ ଟିମ୍‌ ସହ ଭୁବନେଶ୍ବର ଏମ୍‌ସ ବର୍ଣ୍ଣ ବିଭାଗ ମୁଖ୍ୟ ଡାକ୍ତର ସଞ୍ଜୟ ଗିରି ଆଲୋଚନା କରିଥିଲେ। ଏହାପରେ ଟେକ୍ ଅଫ୍ କରିଥିଲା ଫ୍ଲାଇଟ୍। ସଂକଟାପନ୍ନ ରହିଛି ପୀଡ଼ିତାଙ୍କ ଅବସ୍ଥା । ଆଗାମୀ ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି । ତାଙ୍କର ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe