ବଳଙ୍ଗା ପୀଡ଼ିତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି ; ଏମ୍ସ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା

ନିମାପଡ଼ା ବଳଙ୍ଗା ନାବାଳିକା ପୋଡ଼ି ଘଟଣା ଏବେ ଜୋର ଧରିଥିବାବେଳେ ପୀଡ଼ିତାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି । ଝିଅର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି ।

47

କନକ ବ୍ୟୁରୋ: ନିମାପଡ଼ା ବଳଙ୍ଗା ନାବାଳିକା ପୋଡ଼ି ଘଟଣା ଏବେ ଜୋର ଧରିଥିବାବେଳେ ପୀଡ଼ିତାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି । ଝିଅର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପିଙ୍କ ସହ ଉପଜିଲ୍ଲାପଳ  ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଆଜି ସକାଳର ଘଟଣା । ଯୁବତୀ ନିଜ ସାଙ୍ଗ ଘରକୁ ଯାଉଥିବାବେଳେ ୩ଜଣ ଯୁବକ ତାଙ୍କ ମୁହଁରେ କପଡ଼ା ପକାଇ ତାଙ୍କୁ ନଦୀବନ୍ଧ ଆଡ଼କୁ ନେଇଯାଇ ସେଠାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଏହି ଘଟଣା ସାରା ଅଞ୍ଚଳକୁ ହୁଲୁସ୍ତୁଲ କରୁଛି । ଏହି ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଭାତୀ ପରିଡ଼ା । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବାଲେଶ୍ବର ଛାତ୍ରୀ ପୋଡ଼ି ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଥିବାବେଳେ ଏ ଘଟଣା ନିଆଁରେ ଘିଆ ଢାଳିବା ପରି ହୋଇଛି ।ଏହାକୁ ନେଇ ରାଜନୈତିକ ମହଲରେ ଯେତିକି ଆଲୋଡ଼ନ ସୃଷ୍ଟି ହୋଇଛି ସାଧାରଣ ଜନତାଙ୍କ ମଧ୍ୟରେ ସେତିକି ଅସନ୍ତୋଷ ସୃଷ୍ଟି କରିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe