କନକ ବ୍ୟୁରୋ: ନିମାପଡ଼ା ବଳଙ୍ଗା ନାବାଳିକା ପୋଡ଼ି ଘଟଣା ଏବେ ଜୋର ଧରିଥିବାବେଳେ ପୀଡ଼ିତାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି । ଝିଅର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପିଙ୍କ ସହ ଉପଜିଲ୍ଲାପଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଆଜି ସକାଳର ଘଟଣା । ଯୁବତୀ ନିଜ ସାଙ୍ଗ ଘରକୁ ଯାଉଥିବାବେଳେ ୩ଜଣ ଯୁବକ ତାଙ୍କ ମୁହଁରେ କପଡ଼ା ପକାଇ ତାଙ୍କୁ ନଦୀବନ୍ଧ ଆଡ଼କୁ ନେଇଯାଇ ସେଠାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଏହି ଘଟଣା ସାରା ଅଞ୍ଚଳକୁ ହୁଲୁସ୍ତୁଲ କରୁଛି । ଏହି ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଭାତୀ ପରିଡ଼ା । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବାଲେଶ୍ବର ଛାତ୍ରୀ ପୋଡ଼ି ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଥିବାବେଳେ ଏ ଘଟଣା ନିଆଁରେ ଘିଆ ଢାଳିବା ପରି ହୋଇଛି ।ଏହାକୁ ନେଇ ରାଜନୈତିକ ମହଲରେ ଯେତିକି ଆଲୋଡ଼ନ ସୃଷ୍ଟି ହୋଇଛି ସାଧାରଣ ଜନତାଙ୍କ ମଧ୍ୟରେ ସେତିକି ଅସନ୍ତୋଷ ସୃଷ୍ଟି କରିଛି ।