କନକ ବ୍ୟୁରୋ : ବଳଙ୍ଗା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ , ଆଗାମୀ ୪୮ ଘଣ୍ଚା ଗୁରୁତ୍ୱପୂର୍ଣ୍ଣ । ସୂଚନା ଦେଲେ ଏମ୍ସ ନିର୍ଦ୍ଦେଶକ । ସୂଚନା ଅନୁସାରେ , ୭୨ରୁ ୭୫ ପ୍ରତିଶତ ଶରୀର ପୋଡ଼ି ହୋଇଛି । ୨୦ରୁ ୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ି ହୋଇଛି । ଚର୍ମ ଜଳିଯାଇଥିବାରୁ ସଂକ୍ରମଣ ଭୟ ମଧ୍ୟ ଅଛି । ପୀଡ଼ିତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ଭେଣ୍ଟିଲେଟରରେ ନାହାନ୍ତି କିନ୍ତୁ ଅକ୍ସିଜେନ ସର୍ପୋଟରେ ଅଛନ୍ତି । ପୀଡ଼ିତା ଏବେବି କଥାବାର୍ତ୍ତା କରୁଛନ୍ତି । ମାନସିକ ଏବଂ ଶାରୀରିକ ସ୍ତରରେ ତାଙ୍କୁ ଅଧିକ ଆଘାତ ଲାଗିଛି । ଏପରି ପରିସ୍ଥିତିରେ ଏୟାରଲିଫ୍ଚ କରିବା ସମ୍ଭବପର ନୁହେଁ ।
ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ବୟାନ ମଧ୍ୟ ଦେଇଛନ୍ତି ପୀଡ଼ିତା । ବଳଙ୍ଗା ପୀଡ଼ିତାଙ୍କ କରାଗଲା ବୟାନ ରେକର୍ଡ । ନାବାଳିକା ଜଣଙ୍କ ସାଙ୍ଗ ଘରକୁ ଯିବାବେଳେ ୩ ଜଣ ଯୁବକ ଅପହରଣ କରିଥିଲେ । ନଦୀ ବନ୍ଧ ପାଖରେ କିରୋସିନ୍ ଢାଳି ଜାଳିଦେବାକୁ କରିଥିଲେ ଉଦ୍ୟମ । ଦରପୋଡ଼ା ଅବସ୍ଥାରେ ୩ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ ନାବାଳିକା । ପାଖ ଗାଁର ଲୋକଙ୍କ ସାହାଯ୍ୟ କ୍ରମେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ବର୍ତ୍ତମାନ ଏମ୍ସରେ ଚାଲିଛି ଚିକିତ୍ସା ।
ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍ସ ଡାକ୍ତର କହିଛନ୍ତି । ଏମ୍ସ୍ ବର୍ଣ୍ଣୱାର୍ଡକୁ ପୀଡ଼ିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ ନୋଟିସ୍ ଲାଗିଛି । ଏହି ନୋଟିସ୍ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ । କୌଣସି ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ । ଏଥିସହିତ ଏମ୍ସ ବାହାରେ ବ୍ୟାରିକେଡ୍ କରାଯାଇଛି । ଏମ୍ସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।