କନକ ବ୍ୟୁରୋ : ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ଦେଲେ ପୀଡ଼ିତା । ବଳଙ୍ଗା ପୀଡ଼ିତାଙ୍କ କରାଗଲା ବୟାନ ରେକର୍ଡ । ନାବାଳିକା ଜଣଙ୍କ ସାଙ୍ଗ ଘରକୁ ଯିବାବେଳେ ୩ ଜଣ ଯୁବକ ଅପହରଣ କରିଥିଲେ । ନଦୀ ବନ୍ଧ ପାଖରେ କିରୋସିନ୍‌ ଢାଳି ଜାଳିଦେବାକୁ କରିଥିଲେ ଉଦ୍ୟମ । ଦରପୋଡ଼ା ଅବସ୍ଥାରେ ୩ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ ନାବାଳିକା । ପାଖ ଗାଁର ଲୋକଙ୍କ ସାହାଯ୍ୟ କ୍ରମେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ବର୍ତ୍ତମାନ ଏମ୍ସରେ ଚାଲିଛି ଚିକିତ୍ସା । 

Advertisment

ଛାତ୍ରୀଙ୍କ ୭୦ ପ୍ରତିଶତ ପୋଡିଯାଇଥିବା ଏମ୍‌ସ ଡାକ୍ତର  କହିଛନ୍ତି । ଏମ୍‌ସ୍‌ ବର୍ଣ୍ଣୱାର୍ଡକୁ ପୀଡ଼ିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣ ୱାର୍ଡ ବାହାରେ  ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ ।  କୌଣସି  ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ ।  ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି । ଏମ୍‌ସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।