ବଦଳିବ ବଳଦେବଜୀଉ ମନ୍ଦିର କାୟାକଳ୍ପ : ହେବ ୧୦୦ କୋଟି ଟଙ୍କାର ପରିକ୍ରମା ପ୍ରକଳ୍ପ

ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ।  ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ପ୍ରାୟ ୧୦୦କୋଟି ଟଙ୍କାର ପ୍ରସ୍ତୁତ କରିଛନ୍ତି ସରକାର ।

KENDRAPADA

Photograph: (KANAKNEWS)

କନକବ୍ୟୁରୋ : ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ।  ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ପ୍ରାୟ ୧୦୦କୋଟି ଟଙ୍କାର ପ୍ରସ୍ତୁତ କରିଛନ୍ତି ସରକାର । ସମୀକ୍ଷା ବୈଠକ ପରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ।  ଖୁବ୍‌ଶୀଘ୍ର ଏହାର ଚୂଡ଼ାନ୍ତ ଡିପିଆର୍ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଥିବା ବେଳେ, ଏନେଇ ଖୁସି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା  । 

ଅଧିକ ପଢନ୍ତୁ... ପରାଜୟର କାରଣ କହିଲେ ଭକ୍ତ : ବିଭୀଷଣଙ୍କ ପାଇଁ ହାରିଲା କଂଗ୍ରେସ

କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ବଦଳେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ  ।  ଚଳିତ ଆର୍ଥିକ ବର୍ଷରେ ଏହା କାର୍ଯ୍ୟକାରୀ ହେବ  ।  ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧୦୦ କୋଟି ଟଙ୍କା ।  ପ୍ରସ୍ତାବିତ ବଳଦେବଜୀଉ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରି, ଖୁବଶୀଘ୍ର ଏହାର ଚୂଡ଼ାନ୍ତ ଡିପିଆର୍ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

ଅଧିକ ପଢନ୍ତୁ... ଆରମ୍ଭ ହେଲା ବାଘ ଗଣନା ; ଫୋକସ୍‌ରେ ଶିମିଳିପାଳ

ବଳଦେବଜୀଉ ମନ୍ଦିରର ଉନ୍ନତୀକରଣ ସହ ପରିକ୍ରମା ପ୍ରକଳ୍ପରେ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ମିଳିବ ଗୁରୁତ୍ୱ ।  ମନ୍ଦିରର ଭଣ୍ଡାର ଗୃହ, ଭୋଗ ମଣ୍ଡପ ଓ ପୋଖରୀର ସୌନ୍ଦର୍ଯ୍ୟକରଣ ବିଷୟରେ ବି ଆଲୋଚନା ହୋଇଛି  ।  ପୂର୍ବରୁ ମନ୍ଦିର ସେବକ, ଟ୍ରଷ୍ଟ୍ ବୋର୍ଡ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ୪ରୁ ୫ ଥର ବୈଠକ ହୋଇଥିବା ବେଳେ, ଖୁବଶୀଘ୍ର ଏହି ପ୍ରକଳ୍ପ ବାସ୍ତବ ରୂପ ନେବ ବୋଲି ଆଶାବାଦୀ ଅଛନ୍ତି ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା ।  ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟର ଆଧ୍ୟାତ୍ମିକ ପର୍ଯ୍ୟଟନକୁ ବି ବଳ ଦେବ ବୋଲି ଆଶା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe