୩ ବର୍ଷରୁ ସ୍କୁଲ ଯିବେ ପିଲା  ; ଆରମ୍ଭ ହେବ ବାଲ୍ ବାଟିକା

ଆସନ୍ତା ଶିକ୍ଷାବର୍ଷରୁ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟକାରୀ ହେବ ବାଲ ବାଟିକା ।  ୩ ବର୍ଷରୁ ସ୍କୁଲ ଯିବେ ପିଲା। ମନ୍ତ୍ରୀ କହିଲେ ,  ଭିତ୍ତିଭୂମି ପାଇଁ ହେବ ନାହିଁ କୌଣସି ଅସୁବିଧା । 

bal batika

bal batika Photograph: (kanakNews)

କନକ ବ୍ୟୁରୋ: ବଜେଟରେ ବାଲ୍ ବାଟିକା ପାଇଁ ଅନୁଦାନ । ଏଥର ବଜେଟରେ ଶିକ୍ଷାକୁ ମିଳିଛି ଅଧିକ ଗୁରୁତ୍ୱ । ଶିକ୍ଷା ପାଇଁ ୩୧ ହଜାର ୧୮୫ କୋଟି ବ୍ୟୟ ବରାଦ କରାଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲ୍ ବାଟିକା କାର୍ୟ୍ୟକାରୀ ହେବ। ୩ ବର୍ଷରୁ ବିଦ୍ୟାଳୟ ଯିବେ ପିଲା । ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭିତ୍ତିଭୂମି ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ଜଣାଯାଇଛି । 

ରାଜ୍ୟରେ ଶିକ୍ଷା ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଏଥିପାଇଁ ଚଳିତ ବଜେଟ୍‌ରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବଦିଆଯାଇଛି । ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ୪୧ ହଜାର ୨୭୩ କୋଟି ଆବଣ୍ଟନ କରାଯାଇଛି । ସେଥିରୁ ୩୧ ହଜାର ୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଛି । ଫଳରେ ସରକାରୀ ବିଦ୍ୟାଳୟରେ ପାଠପଢ଼ାରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ବଣ୍ଟନ ଠାରୁ ଆରମ୍ଭ କରି ସମଗ୍ର ଶିକ୍ଷା ପାଇଁ ୪ ହଜାରରୁ ଅଧି କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe