କନକ ବ୍ୟୁରୋ: ବଜେଟରେ ବାଲ୍ ବାଟିକା ପାଇଁ ଅନୁଦାନ । ଏଥର ବଜେଟରେ ଶିକ୍ଷାକୁ ମିଳିଛି ଅଧିକ ଗୁରୁତ୍ୱ । ଶିକ୍ଷା ପାଇଁ ୩୧ ହଜାର ୧୮୫ କୋଟି ବ୍ୟୟ ବରାଦ କରାଯାଇଛି। ଆସନ୍ତା ଶିକ୍ଷା ବର୍ଷରୁ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲ୍ ବାଟିକା କାର୍ୟ୍ୟକାରୀ ହେବ। ୩ ବର୍ଷରୁ ବିଦ୍ୟାଳୟ ଯିବେ ପିଲା । ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭିତ୍ତିଭୂମି ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ଜଣାଯାଇଛି । 

Advertisment

ରାଜ୍ୟରେ ଶିକ୍ଷା ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଏଥିପାଇଁ ଚଳିତ ବଜେଟ୍‌ରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବଦିଆଯାଇଛି । ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ୪୧ ହଜାର ୨୭୩ କୋଟି ଆବଣ୍ଟନ କରାଯାଇଛି । ସେଥିରୁ ୩୧ ହଜାର ୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଛି । ଫଳରେ ସରକାରୀ ବିଦ୍ୟାଳୟରେ ପାଠପଢ଼ାରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ବଣ୍ଟନ ଠାରୁ ଆରମ୍ଭ କରି ସମଗ୍ର ଶିକ୍ଷା ପାଇଁ ୪ ହଜାରରୁ ଅଧି କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।