କନକ ବ୍ୟୁରୋ: ବାସନ୍ଦ ପାଇଁ ବିଜେପିକୁ ଦାୟୀ କଲେ ରେସଲର ବଜରଙ୍ଗ ପୁନିଆ। କହିଲେ ଆଜି ପଦ୍ମ ଧରିଲେ ଆସନ୍ତାକାଲିକୁ ମୋ ଉପରୁ ଉଠିଯିବ ପ୍ରତିବନ୍ଧକ। ଜାତୀୟ ଦଳ ପାଇଁ ଚୟନ ପରୀକ୍ଷା ସମୟରେ ବଜରଙ୍ଗ ତାଙ୍କ ନମୁନା ଦେବାକୁ ମନା କରିବାରୁ ନାଡ଼ା ପକ୍ଷରୁ ତାଙ୍କ ଉପରେ ୪ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏହି ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା। ସେ ଅଭିଯୋଗ କରିଛନ୍ତି ଯେ ରାଜନୀତିରେ ପ୍ରବେଶ କରି ସେ କଂଗ୍ରେସର ହାତ ଧରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜାଣିଶୁଣି ଡୋପ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ ଆଳରେ ତାଙ୍କୁ ନିଳମ୍ବିତ କରାଯାଇଛି, ଆଜି ବିଜେପିର ହାତ ଧରିଲେ କାଲିକୁ ଆପଣା ଛାଏଁ ପ୍ରତିବନ୍ଧକ ଉଠିଯିବ କହି ସେ ବିଜେପିକୁ ସମାଲୋଚନା କରିଛନ୍ତି।
ବାସନ୍ଦ ପାଇଁ ବିଜେପିକୁ ଦାୟୀ କଲେ ବଜରଙ୍ଗ ପୁନିଆ। କହିଲେ ଆଜି ପଦ୍ମ ଧରିଲେ, କାଲି ଉଠିଯିବ ପ୍ରତିବନ୍ଧକ।
ବାସନ୍ଦ ପାଇଁ ବିଜେପିକୁ ଦାୟୀ କଲେ ରେସଲର ବଜରଙ୍ଗ ପୁନିଆ। କହିଲେ ଆଜି ପଦ୍ମ ଧରିଲେ ଆସନ୍ତାକାଲିକୁ ମୋ ଉପରୁ ଉଠିଯିବ ପ୍ରତିବନ୍ଧକ। ଜାତୀୟ ଦଳ ପାଇଁ ଚୟନ ପରୀକ୍ଷା ସମୟରେ ବଜରଙ୍ଗ ତାଙ୍କ ନମୁନା ଦେବାକୁ ମନା କରିବାରୁ ନାଡ଼ା ପକ୍ଷରୁ ତାଙ୍କ ଉପରେ ୪ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି
/kanak/media/media_files/2024/11/27/sK95lx8T289RoF8Vwtx4.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)