କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଉପରେ ଆସନ୍ତା କାଲି ଚାଲିବ ବୁଲଡୋଜର । ଏନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ବାହାର କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି । ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଏହା ଭଙ୍ଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନିଜ ପୁଅକୁ କଳକୀ ଅବତାରରେ ସଜାଇ ବାବା ବିବାଦକୁ ଆସିଥିଲେ । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।
ସରକାରୀ ଜମିରେ ନିର୍ମାଣ ହୋଇଥିଲା ବୈକୁଣ୍ଠ ଧାମ । ଆସନ୍ତା କାଲି ଭଙ୍ଗାଯିବା ନେଇ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।