ରାଜଧାନୀ ଛାତି ଉପରେ ଆଡା ଜମାଇଥିଲେ ବାବା କାଶୀନାଥ । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର କହି ଭକ୍ତଙ୍କୁ ବୁଲାଉଥିଲେ ଭୁଆଁ ।

Advertisment

ରାଜଧାନୀ ଛାତି ଉପରେ ଆଡା ଜମାଇଥିଲେ ବାବା କାଶୀନାଥ । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର କହି ଭକ୍ତଙ୍କୁ ବୁଲାଉଥିଲେ ଭୁଆଁ । ପତ୍ରିକାରେ ମିଛ ଚମତ୍କାରିତା ଲେଖି ବାଂଟୁଥିଲେ ।

ରାଜଧାନୀ ଛାତି ଉପରେ ଆଡା ଜମାଇଥିଲେ ବାବା କାଶୀନାଥ । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର କହି ଭକ୍ତଙ୍କୁ ବୁଲାଉଥିଲେ ଭୁଆଁ । ପତ୍ରିକାରେ ମିଛ ଚମତ୍କାରିତା ଲେଖି ବାଂଟୁଥିଲେ ।

GOD

କନକ ବ୍ୟୁରୋ: ବର୍ଷେ କି ଦୁଇ ବର୍ଷ ନୁହେଁ ସରକାରୀ ଜମିରେ ଦୁଇ ଦଶନ୍ଧୀ ଧରି ଛିଡା ହୋଇଛି ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ । ମାପଚୁପ ସରିଛି, ସରକାରୀ ଜମିକୁ ଜବରଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିବା ସ୍ପଷ୍ଟ କରିଛି ଜିଏ ବିଭାଗ। ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ବି ଖବର ପହଞ୍ଚିଛି। ଆଉ ବିଭାଗ ଅନୁଧ୍ୟାନ କରୁଥିବା ମନ୍ତ୍ରୀ କହିଛନ୍ତି। ତେବେ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ନିର୍ଦ୍ଦେଶ ମିଳିବା ପରେ ଆଶ୍ରମରେ ପଶିବ ବୁଲଡୋଜର । ମାଟିରେ ମିଶିବ ମିଛର ପାହାଡ଼ ଉପରେ ଛିଡ଼ା ହୋଇଥିବା ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ।  

ଅନୁସନ୍ଧାନରୁ ଜଣାପଡ଼ିଛି ଆଶ୍ରମ ପାଇଁ ଓକିଲାତି କରୁଆସୁଥିବା ପାଣ୍ଡବ ପରିଡା ଏହି ଜମି ଜବରଦଖଲ କରିଥିଲେ। କେବଳ ଏହି ଗୋଟିଏ ଜମି ନୁହଁ ଖଣ୍ଡଗିରି ବାରିରେ ଥିବା ଆଉ ଏକ ସରକାରୀ ଜମି ଜବରଦଖଲ କରି ଚଳାଇଥିଲେ ସ୍କୁଲ। ସରକାରୀ ଜମିରେ ବହୁବର୍ଷ ଧରି ଚାଲିଥିଲା ଏହି ଶିଶୁ ବିକାଶ ବିଦ୍ୟା ମନ୍ଦିର। ତେବେ ଏହା ବେଆଇନ ଭାବେ ଚାଲିଛି ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏଲିମେଣ୍ଟାରୀ ଏଜୁକେସନର ନିର୍ଦ୍ଦେଶକ । 

ବୋଲି କହିଛି ଶିକ୍ଷା ବିଭାଗ । ବୈକୁଣ୍ଠ ଧାମ ଆଶ୍ରମର ସଭାପତି ପାଣ୍ଡବ ପରିଡା ଏହି ଶିକ୍ଷାନୁଷ୍ଠାନର ବି ହର୍ତାକର୍ତ୍ତା ସାଜିଥିଲେ। ଗତ ରବିବାର ଦିନ ବିଦ୍ୟାଳୟ କାନ୍ଥରେ ଲାଗିଥିବା ଏହି ବୋର୍ଡରେ ପାଣ୍ଡବ ପରିଡାଙ୍କ ଫଟୋ ଥିଲା । କିନ୍ତୁ ବିବାଦ ବଢିବାରୁ ବୋର୍ଡକୁ ହଟାଇ ଦିଆଯାଇଛି ।  ବୈକୁଣ୍ଠ ଧାମ ଆଶ୍ରମ ବିବାଦକୁ ଆସିଲା ବେଳେ ପାଣ୍ଡବ ପରିଡା ଓକିଲାତି କରି ଗଣମାଧ୍ୟମକୁ ସଫେଇ ଦେଉଥିଲେ । କିନ୍ତୁ ଗତ ୩ ଦିନ ହେବ ସେ ଉଭାନ ହୋଇଯାଇଛନ୍ତି । ଏବେ ସଭିଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କୁଆଡେ ଗଲେ ପାଣ୍ଡବ ପରିଡା? ବେଆଇନ ସାମ୍ରାଜ୍ୟ କରି ଉପାର୍ଜନ କରିଥିବା ଟଙ୍କା ନେଇ ଫେରାର ହୋଇଯାଇନାହାନ୍ତି ତ?   
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe