କନକ ବ୍ୟୁରୋ: ଭୁବନେଶ୍ବର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ବାହାରେ ବିରୋଧ ପ୍ରଦର୍ଶନ। ଆଶ୍ରମ ବାହାରେ ବିରୋଧ ପ୍ରଦର୍ଶନ ସହ ମାଟି ବୋଳି ମହିଳା ସମାଜସେବୀଙ୍କ ପ୍ରତିବାଦ । ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ଫାଟକରେ କାଦୁଅ ବୋଳିଲେ ମହିଳା ସମାଜସେବୀ । ନିଖିଳ ଓଡିଶା ସ୍ବେଚ୍ଛାସେବୀ ମହାସଂଘର ମହିଳା ପ୍ରତିନିଧିଙ୍କ ତରଫରୁ ଜୋରଦାର ପ୍ରଦର୍ଶନ କରାଯାଉଛି । ବାବା କୈଳାଶନାଥ ଧର୍ମୀୟ ଭାବନାକୁ କୁଠାରଘାତ ଦେଇଥିବା ଅଭିଯୋଗ ହୋଇଛି ।
ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି ମହାସବଘ ପକ୍ଷରୁ କୁହାଯାଉଛି । ସେପଟେ, ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମରେ ପହଞ୍ଚି ଜମି ମାପଚୁପ ଆରମ୍ଭ କରିଛି ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଏ, ବିଡିଏ ଓ ତହସିଲର ଅଧିକାରୀ ଆଶ୍ରମରେ ପହଞ୍ଚି ମାପଚୁପ କରିଛନ୍ତି । ଆଶ୍ରମ ଜମି ସରକାରୀ କି ବେସରକାରୀ ତାହାର ତର୍ଜମା କରାଯାଉଛି । ଏହି ପ୍ଲଟ ସରକାରୀ ପ୍ଲଟ ହୋଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ସରକାରୀ ପ୍ଲଟରେ ଆଶ୍ରମ ନିର୍ମାଣ ହୋଇଥିଲେ ଉଛେଦ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ଜିଏ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଅମୀୟ ଦାସ ଏନେଇ ସୂଚନା ଦେଇଛନ୍ତି । ଭୁବନେଶ୍ବରରେ କଳକୀ ଅବତାର ନାଁରେ ପୁଅକୁ ଭଗବାନ ବେଶରେ ସଜାଇ, ପାଦ ତଳେ ତୁଳସୀ ରଖି ପୂଜା କରିବା ଘଟଣାରେ ବାବା କାଶୀନାଥଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଲୋକଙ୍କ ଧର୍ମୀୟ ଭାବାବେଗ ସହ ଖେଳ ଖେଳୁଥିବା ବାବାଙ୍କ ନାଁରେ ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/18/oWvgqeDtI5pyDJuUWtk2.jpg)