କନକ ବ୍ୟୁରୋ : ଚର୍ଚ୍ଚା ବଢାଇଲା ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ । କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ସହ ବିମାନରେ ଯାଉଥିବାର ସେଲଫି ସେୟାର କରି ବୈଜୟନ୍ତ ଲେଖିଛନ୍ତି, ଆମେ ଶେଷରେ ଗୋଟିଏ ଦିଗରେ ଯାତ୍ରା କରୁଛୁ ବୋଲି କହିବାରୁ ମୋ ବନ୍ଧୁ ଏବଂ ସହଯାତ୍ରୀ ମୋତେ ଦୁଷ୍ଟ ବୋଲି କହିଥିଲେ । ଗତ କିଛି ଦିନ ହେବ କଂଗ୍ରେସକୁ ନେଇ ଶଶୀ ଯେଉଁଭଳି ବୟାନ ରଖୁଛନ୍ତି ସେଭଳି ସମୟରେ ବୈଜୟନ୍ତଙ୍କ ଏହି ପୋଷ୍ଟ ରାଜନୈତିକ ଚର୍ଚ୍ଚାକୁ ବଢାଇଛି ।
ଶଶୀ ଥରୁର ବିଜେପି ଆଡକୁ ଢଳୁଛନ୍ତି କି ? ଏହାପୂର୍ବରୁ ଶଶୀ ଥରୁର ସଫଳ କୂଟନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଆଗକୁ କେରଳରେ ବିଧାନସଭା ନିର୍ବାଚନ ରହିଛି । କେରଳରେ ତାଙ୍କୁ ଚେହେରା କରାଯାଉ ବୋଲି ସଙ୍କେତ ଦେଇଥିଲେ ଶଶୀ ଥରୁର । କଂଗ୍ରେସ ତାଙ୍କୁ ଉପଯୋଗ କରୁ ବୋଲି ଖୋଲାଖୋଲି କହିଥିଲେ ଶଶୀ । ତେବେ କଂଗ୍ରେସ ପକ୍ଷରୁ ଶଶୀଙ୍କୁ କୌଣସି ପ୍ରତିଶ୍ରୁତି ମିଳୁନଥିବାରୁ ଏବେ ବିଜେପି ଆଡକୁ ସେ ଢଳୁଥିବା ଚର୍ଚ୍ଚା ହେଉଛି । କେରଳରେ ବିଜେପିର ସଙ୍ଗଠନ ସେତେଟା ସୁଦୃଢ ନଥିବା ବେଳେ ଶଶୀ ଥରୁର ଦଳରେ ସାମିଲ ହେଲେ ତାଙ୍କୁ ଚେହେରା କରି ନିର୍ବାଚନ ମୈଦାନକୁ ଓହ୍ଲାଇପାରେ ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/22/Wy7t2Kilj88yq2stdkBe.jpg)