କନକ ବ୍ୟୁରୋ : କାରରେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ । ଦୁର୍ଘଟଣା ପରେ ଧରାପଡିଲା । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ବରୁଣେଇ ଓଭରବ୍ରିଜ ନିକଟରେ ଆଜି ଏକ ସ୍ବିଫ୍ଟ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।
ଦୁର୍ଘଟଣା ପରେ କାର ଛାଡି ଡ୍ରାଇଭର ଓ ତାର ସହଯୋଗୀ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅବକାରୀ ବିଭାଗ ଓ ଶିଳ୍ପାଞ୍ଚଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।