କନକ ବ୍ୟୁରୋ : ମହାରାଷ୍ଟ୍ରର ୨୯ଟି ନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି ।  ନିର୍ବାଚନ ରାଜ୍ୟର ସହରାଞ୍ଚଳ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ଦେଶର ସବୁଠାରୁ ଧନୀ ନାଗରିକ ସଂସ୍ଥା ବୃହନ୍ମୁମ୍ବାଇ ନଗର ନିଗମ(ବିଏମ୍‌ସି)ରେ ୨୦୧୭ ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି ।  ମୁମ୍ବାଇ, ପୁଣେ, ନାସିକ୍, ନାଗପୁର, ନଭି ମୁମ୍ବାଇ, ଥାନେ ଏବଂ ପିମ୍ପରି-ଚିଞ୍ଚୱାଡ ଭଳି ପ୍ରମୁଖ ସହର ଗୁଡ଼ିକରେ ହାଇ-ଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି ।

Advertisment

ଘନଉଛି ଇରାନ-ଆମେରିକା ବିବାଦ : ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ସହାୟତା ଘୋଷଣା ପରେ ବଢ଼ିଲା ଯୁଦ୍ଧ ଆଶଙ୍କା

ମୋଟ ୩ କୋଟି ୪୮ ଲକ୍ଷ ଭୋଟର ୨,୮୬୯ ଆସନ ପାଇଁ ୧୫,୯୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । ରା ଜ୍ୟ ସାରା ୩୯,୦୯୨ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ମତଦାନ ସକାଳ ୭:୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ଚାଲିବ । ଫଳାଫଳ ଆସନ୍ତାକାଲି, ଜାନୁଆରି ୧୬ ରେ ଘୋଷଣା କରାଯିବ । ଭୋଟିଂ ସମୟରେ ନଭି ମୁମ୍ବାଇର ଖାରଘର ସେକ୍ଟର ୨୦ରେ ପୌର ନିର୍ବାଚନ ମଧ୍ୟରେ ଟଙ୍କା ଭର୍ତ୍ତି ବ୍ୟାଗ ମିଳିବା ଘଟଣା ଆଳୋଡ଼ନ ସୃଷ୍ଟି କରିଛି ।  ନିର୍ବାଚନ ସମୟରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ପାଇଁ ବ୍ୟାଗ ଅଣାଯାଇଥିବା ସନ୍ଦେହ କରାଯାଉଛି ।  ଖାରଘର ପୁଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଟଙ୍କା କେଉଁ ଦଳର ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ